ଭୁବନେଶ୍ୱର : ଅତିଥି ବେଶରେ ଆସି କଳାକନା ବୁଲାଇଲେ ଦୁର୍ବୁତ୍ତା ସୁନା ଗହଣା ସବୁ ଲୁଟି ନେଲେ । ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ବାହାଘର ବେଳେ ଚୋରି ହୋଇଛି । ହୋଟେଲରେ ଡାକ୍ତର ଦମ୍ପତିଙ୍କର ବାହାଘର ଚାଲିଥିଲା । ବରଯାତ୍ରୀଙ୍କ ସହ ଆସିଥିଲେ ଦୁଇ ଲୁଟେରା ।ବାହାଘରରେ ମିଳିଥିବା ଉପହାର ସ୍ୱରୁପ ଅଢେଇ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ସିସିଟିଭିରେ ଦୁଇ ଚୋରଙ୍କ ଭିଜୁାଲ କେଦ ହୋିଛି । ଏ ନେଇ କନ୍ୟାର ବାପା ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ ଚଳାଇଛି ।
Views: 23