ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ । ଗ୍ରୀଡକୋ, ଏନଟିପିସି ଓ କ୍ରୁଟ ସହିତ ଗ୍ରୀନ ହାଇଡ୍ରୋଜେନ୍ ବସ ଚଳାଚଳ ପାଇଁ ଗଙଟ ସ୍ୱାକ୍ଷରିତ ହୋଇଛି । ଆସନ୍ତାବର୍ଷ ଅଗଷ୍ଟ ୧୫ ସୁଦ୍ଧା ପ୍ରଥମ ପର୍ୟ୍ୟାୟରେ ଗ୍ରୀନ ହାଇଡ୍ରୋଜେନ୍ ଚାଳିତ ତିନୋଟି ବସ ଚାଲିବ । ପ୍ରଥମ ବସ ପୁରୀକୁ ଗଡ଼ିବ । ପର୍ୟ୍ୟାୟକ୍ରମେ ଭୁବନେଶ୍ୱର, କଟକ ଓ ପୁରୀକୁ ଗଡିବ ଏହି ବସ । ହାଇଡ୍ରୋଜେନର ଉତ୍ପାଦନ ପାଇଁ ଏନଟିପିସିକୁ ଦାୟିତ୍ଵ ଦିଆଯାଇଛି । ଏଥିପାଇଁ ସରକାରଙ୍କ ତରଫରୁ ଭୁବନେଶ୍ବର ଗାଡ଼କଣରେ ଜାଗା ଦିଆଯାଇଛି । ଉପମୁଖ୍ୟ ମନ୍ତ୍ରୀ ତଥା ଶକ୍ତି ବିଭାଗ ମନ୍ତ୍ରୀ କେଭି ସିଂଦେଓ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
Views: 37