The Ultimate Managed Hosting Platform
ADVERTISEMENT

୨୦୨୨- ୨୩ ବର୍ଷ ପାଇଁ କାଲି ଠାରୁ ବସିବ ବଜେଟ ଅଧିବେସନ

Facebook
Twitter
LinkedIn

ନୂଆଦିଲ୍ଲୀ: ଚଳିତ ୨୦୨୨- ୨୩ ବର୍ଷ ପାଇଁ ଆସନ୍ତା କାଲିଠାରୁ ବସିବ ବଜେଟ୍ ଅଧିବେସନ । ଫେବୃଆରୀ ୧ ରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ ସଂସଦରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅଧିବେସନର ପ୍ରଥମ ଦୁଇ ଦିନ ଅର୍ଥାତ ଜାନୁଆରୀ ୩୧ ଓ ଫେବୃଆରୀ ୧ ରେ କୌଣସି ଶୂନ୍ୟକାଳ ରହିବ ନାହିଁ । ଏଥିସହ ଫେବୃଆରୀ ୨ ରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ଶୂନ୍ୟକାଳରେ ଉଠାଯାଇପାରିବ ନାହିଁ ବୋଲି ସୂଚନା ରହିଛି । ଅଧିବେସନ ପୂର୍ବରୁ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିରଲା । ଅଧିବେସନ ପୂର୍ବରୁ ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଛି ଆଚରଣ ସଂହିତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login