ବ୍ରହ୍ମପୁର: ଦୀର୍ଘ ଦିନର ତପସ୍ୟା ପରେ ଶେଷରେ ତପସ୍ୱିିନୀଙ୍କୁ ନ୍ୟାୟ ମିଳିଛି । ମାନ୍ୟବର ଏସ୍ଡିଜେଏମ୍ ବ୍ରହ୍ମପୁର ଶୁଣାଇଛନ୍ତି ରାୟ । ଏହି ରାୟରେ ସ୍ୱାମୀ ସ୍ତ୍ରୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେସ ଦେଇଛନ୍ତି ଏସ୍ଡିଜେଏମ୍ । ତେବେ ସର୍ତ୍ତାନୁଯାୟୀ ଏହି ୭ ଦିନ ଉଭୟ ସ୍ୱାମୀ ରହୁଥିବା ସ୍ଥାନ ଆସିକାରେ ଏକ ଭଡ଼ା ଘରେ ରିହିବେ, କୌଣସି ସମ୍ପର୍କିୟଙ୍କ ସହିତ କଥା ବାର୍ତ୍ତା ହେବେ ନାହିଁ କି ଯୋଗାଯୋଗ ରଖିବେ ନାହିଁ । ପ୍ରୋଟେକ୍ସନ୍ ଅଫିସର ସେମାନଙ୍କୁ ତଦାରଖ କରିବେ । ତପସ୍ୱିନୀଙ୍କର ରହିବା ଖାଇବା େଓøଷଧ ଆଦି ଯାବତୀୟ ଖର୍ଚ୍ଚ ତାଙ୍କ ସ୍ୱାମୀ ବହନ କରିବେ । ଏହି ୭ ଦିନ ତଦାରଖ ପରେ ସେମାନଙ୍କୁ କୋର୍ଟରେ ହାଜର ହେବାକୁ ଏସ୍ଡିଜେଏମ୍ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କୋର୍ଟଙ୍କ ବିନା ଅନୁମତୀରେ ସେ ଦୁହେଁ କୌଣସି ସମ୍ପର୍କିୟଙ୍କ ଘରକୁ ମଧ୍ୟ ଗସ୍ତ କରିବାକୁ ମନା କରାଯାଇଛି ।
ସୂଚନାନୁଯାୟୀ, ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ଡିମ୍ପଲ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ତପସ୍ୱିନୀ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ତପସ୍ୱିନୀଙ୍କୁ ବୋହୂ ବୋଲି ସ୍ୱୀକାର କରିଥିଲେ ସୁମିତଙ୍କ ବାପା। ଏପରିକି ସୁମିତ ମଧ୍ୟ ବାହା ହୋଇଥିବା ମାନିଥିଲେ। ତେବେ ମାମଲା କୋର୍ଟରେ ବିଚାର ଚାଲିଥିବାରୁ ମୁଁ କିଛି କରିପାରିବି ନାହିଁ ବୋଲି ସୁମିତ କହିଥିଲେ। ତେଣୁ ଡିମ୍ପଲ ଦାଶ ଓରଫ୍ ତପସ୍ୱିନୀ ଡ଼ାକ୍ତର ସୁମିତ ସାହୁଙ୍କ ପତ୍ନୀ ବୋଲି ଦାବି କରି, ବ୍ରହ୍ମପୁର ସ୍ଥିତ ଦ୍ୱିତୀୟ ଲେନ୍ ତଥା ତାଙ୍କ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଦୀର୍ଘ ୧୧ ଦିନ ପରେ ତପସ୍ୱିନୀଙ୍କୁ ଦାବି ପୂରଣ ହୋଇଛି । ସମ୍ପର୍କ ସୁଧାରିବାକୁ ଦୁହିଁଙ୍କୁ ୭ ଦିନ ଏକାଠି ରହିବାକୁ ରାୟ ଦେଲେ କୋର୍ଟ ।