The Ultimate Managed Hosting Platform
ADVERTISEMENT

ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

Facebook
Twitter
LinkedIn

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ା ଜିଲ୍ଲାର ବରିଷ୍ଠ ନେତା ବୁର୍ଯ୍ୟୋଧନ ମାଝୀଙ୍କ ଦେହାନ୍ତ ହୋଇଛି । ସେ ଖଡ଼ିଆଳ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ମଧ୍ୟ ଥିଲେ । ଭୁବନେଶ୍ୱରସ୍ଥିତ ସାରକାରୀ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବୟସ ହୋଇଥିଲା । ସେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରୁ ଲଗାତାର ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ରାତିରେ ଶୋିଥିବାଅବସ୍ଥାରେ ତାଙ୍କର ଅକାଳ ବିୟୋଗ ହୋଇଥିବା ସୂଚନା ଦେଇଛନ୍ତି ତାଙ୍କ ପୁଅ କୃଷ୍ଣସିଂହ ମାଝୀ ।

ସ୍ୱର୍ଗତଃ ଦୁର୍ଯ୍ୟୋଧନ ମାଝୀ ୧୯୯୦ରୁ ୨୦୧୯ ଯାଏ ବିଧାୟକ ରହିଥିଲେ । ସେ ୧୯୯୦ରେ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧିନ ଜନତା ଦଳରୁ ବିଧାନସଭାକୁ ଆସିଥିଲେ । ୧୯୯୫ ରେ ପୁଣି ଥରେ ଖଡ଼ିଆଳରୁ ଜନତା ଦଳ ଟିକେଟରରେ ନିର୍ବାଚିତ ହୋଇଥିଲେ । ପରେ ପୁଣି ବିଜୁ ଜନତା ଦଳରେ ଯୋଗ ଦେଇ ୨୦୦୦ରୁ ୨୦୧୪ ଯାଏ ବିଧାୟକ ରହିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ସେ ୨୦୦୦ରୁ ୨୦୦୬ ମଧ୍ୟରେ ଦୁଇ ଥର ମନ୍ତ୍ରୀ ପଦନରେ ମଧ୍ୟ ରହିଥିଲେ । ତେବେ ସ୍ୱର୍ଗତଃ ମାଝୀ ୨୦୧୪ ରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଏବଂ ସେହି ବର୍ଷ ବିଜେପି ପକ୍ଷରୁ ବିଧାନସଭା ନିର୍ବାଚନ ଲଢ଼ି ବିଧାୟକଭାବେ ନିର୍ବାଚିତ ମଧ୍ୟ ହୋଇଥଇଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିରୁ ତାଙ୍କୁ ଦଳୀୟ ଟିକେଟ ନମିଳିବାରୁ ସେ ଦଳରୁ ଇସ୍ତଫା ସେଇ ପୁଣି ବଜେଡି ଦଳରେ ସାମିଲ ହେଇଥିଲେ । ଆଜି ତାଙ୍କର ଏହି ଅକାଳ ବିୟୋଗରେ ଜଣେ ବରିଷ୍ଠ ନେତାଙ୍କୁ ହରାଇଛନ୍ତି ନୂଆପଡ଼ାବାସୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login