The Ultimate Managed Hosting Platform
ADVERTISEMENT

କୋଭିଡ୍ କଟକଣା ମଧ୍ୟରେ ଅରମ୍ଭ ହେବ ଶୁଲିଆ ଯାତ୍ରା

Facebook
Twitter
LinkedIn

ବଲାଙ୍ଗୀର: ଆଜି ବଲାଙ୍ଗୀର ପ୍ରସିଦ୍ଧ ଶୁଳିଆ ଯାତ୍ରା । ପ୍ରତିବର୍ଷ ଏହି ପରମ୍ପରାକୁ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଥମ ମଙ୍ଗଳବାର ପ୍ରତିପଦା ସୂର‌୍ୟ୍ୟ ଦର୍ଶନ ଥିବାରୁ ଆଜି ଦ୍ବିତୀୟ ମଙ୍ଗଳବାର ପାଳନ କରାଯାଉଛି । ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଯାତ୍ରା ଏହି ଯାତ୍ରା ଆରମ୍ଭ ହୋଇଛି ।ସଫାସୁତୁରା ହେବା ପରେ ଗାଁ ଦାଣ୍ଡ ପଞ୍ଚବାଦ୍ୟ ଦୁଲଦୁଲିରେ ଦୁଲୁକୁଛି ।

ତେବେ କୋଭିଡ କଟକଣା ଭିତରେ ଯାତ୍ରା ପାଳନ କରିବାକୁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ଦେହୁରୀ, ପୂଜକ, ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି । ଯାତ୍ରାରେ ଯେପରି ଗହଳି ନହେବ ତଥା କୋଭିଡ୍ ଗାଇଡ୍ ଲାଇନ୍ର ଉଲଙ୍ଘନ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଯାହା କାରଣରୁ ପୋଲିସ ପକ୍ଷରୁ ଖଇରଗୁରା ଓ କୁମୁରିଆରେ ଚାରି ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login