The Ultimate Managed Hosting Platform
ADVERTISEMENT

ଏସଟିଏଫ୍ ଚଢ଼ାଉ ୩ କେଜିରୁ ଉର୍ଦ୍ଧ୍ୱ ପରିମାଣର ଧଳା ଜହର ସହ ୬୫ ଲକ୍ଷ ଟଙ୍କା ଜବତ

Facebook
Twitter
LinkedIn

ନୟାଗଡ଼: ବାଲେଶ୍ୱର ପରେ ପୁଣି ଏବେ ନୟାଗଡ଼ରୁ ଜବତ ହେଲା ବିପୁଳ ପରିମାଣର ଧଳା ଜହର । ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଳା ପିଡବ୍ଲୁଡି ଳେନରେ ଏସ୍‌ଟିଏଫ ଟିମ୍ ଚଢ଼ାଉ କରି ୩ କେଜିରୁ ଉର୍ଦ୍ଧ୍ୱ ପରିମାଣର ବ୍ରାଉନସୁଗାର ଜବତ କରିଛି । ଏଥି ସହ ନଗଦ ୬୫ ଲକ୍ଷ ଟଙ୍କା, ୩ଟି ବନ୍ଧୁକ, ୭ଟି ମାଗାଜିନ୍‌, ୪୩ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ କ୍ୟାସ୍ କାଉଣ୍ଟିଂ ମେସିନ, ୪ଟି ମୋବାଇଲ ଓ ଗୋଟିଏ ଟ୍ୟାବ ଜବତ କରିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଫେରାର ଥିବା ବେଳେ, ଏଥିରେ ସମ୍ପୃକ୍ତ ଥିବା କେ. ଭିକି ରାଓ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପିଡବ୍ଲୁଡି ଲେନ୍‌ରେ ଏକ ଭଡାଘରେ ଏହି କାରବାର ଚାଲିଥିବା ସୂଚନା ପାଇ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା । ଏହି ମାମଲାରେ ୭ ରୁ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login