ଭୁବନେଶ୍ୱର : ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀ ଉଦଘାଟିତ । ଏସସି-ଏସଟି ସମ୍ମିଳନୀକୁ ଉଦଘାଟନ କଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ ୨ କେନ୍ଦ୍ର ମନ୍ତ୍ରୀ ସମ୍ମିଳନୀରେ ଉପସ୍ଥିତ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୨୦୦ରୁ ଅଧିକ ପ୍ରତିନିଧି ଉପସ୍ଥିତ । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ଜାତୀୟ ବୈଠକର ଆୟୋଜନ କରାଯାଇଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୪ ଜଣ ବିଧାୟକ ଯୋଗଦେଇଛନ୍ତି ।
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଏଥିରେ ସାରା ଦେଶରୁ ୨୪୦ରୁ ଅଧିକ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି । ସମ୍ମିଳନୀର ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା ।
Views: 73











