The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବେନି ସଲମାନ

Facebook
Twitter
LinkedIn

ରାଜସ୍ଥାନରେ ବଲିଉଡ ଅଭିନେତା ବିକି କୈାଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ବିବାହ ଉତ୍ସବ ପାଇଁ ଅଉ ମାତ୍ର ଗୋଟିଏ ଦିନ ବାକି ଅଛି । ଅନେକ ସେଲିବ୍ରିଟି ବିବାହ ଉତ୍ସବରେ ଯୋଗଦେବା ପାଇଁ ଜୟପୁରରେ ମଧ୍ୟ ପହଞ୍ଚି ସାରିଲେଣି । ଏଥି ସହିତ ସଲମାନ ଖାନଙ୍କ ସ୍ୱତନ୍ତ୍ର ଅଙ୍ଗରକ୍ଷୀ ଶେରା ଏହି ବିବାହରେ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି। ସଲମାନ ଖାନ କ୍ୟାଟ୍ରିନାଙ୍କ ବିବାହରେ ଯୋଗଦେବେ ନାହିଁ ବୋଲି ସୂଚନା ମିଳିଥିବା ବେଳେ, ଏହି ବିବାହରେ ସଲମାନଙ୍କ ପିତାମାତାଙ୍କୁ ଏଥିରେ ସାମିଲ କରିବାକୁ ଚାହୁଁଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ ତାଙ୍କ ପରିବାରର କେହି ଏହି ବିବାହ ଉତ୍ସବରେ ଯୋଗଦେବେ ନାହିଁ। କ୍ୟାଟ୍ରିନାଙ୍କ ପାଖରୁ ତାଙ୍କୁ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ ମଧ୍ୟ ପଠାଯାଇଛି । କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ହେତୁ ସଲମାନ ଖାନଙ୍କ ପିତାମାତା ଏହି ବିବାହରେ ଅଂଶଗ୍ରହଣ କରିପାରିବେ ନାହିଁ । ଏଥି ସହିତ ସଲମାନ ଖାନ ମଧ୍ୟ ଦେଶ ବାହାରକୁ ଅର୍ଥାତ ସାଉଦି ଆରବକୁ ଦବାଙ୍ଗ ଯାତ୍ରା ପାଇଁ ଯାଇଛନ୍ତି। ଏହି କାରଣରୁ ତାଙ୍କ ପରିବାରର କୈାଣସି ବ୍ୟକ୍ତି ଏହି ବିବାହର ଅଂଶ ଗ୍ରହଣ କରିବେ ନାହିଁ ।

ଏକ ସାକ୍ଷାତକାର ସମୟରେ ସଲମାନ ଖାନଙ୍କ ଭଉଣୀ ଅର୍ପିତାଙ୍କୁ ମଧ୍ୟ ଏକ ସାକ୍ଷାତକାର ସମୟରେ ଏ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା । ଏହାର ଜବାବରେ ଅର୍ପିତା କହିଛନ୍ତି ଯେ କ୍ୟାଟ୍ରିନା- ବିକିଙ୍କ ବିବାହ ପାଇଁ ସେ ଏପର‌୍ୟ୍ୟନ୍ତ କୌଣସି ନିମନ୍ତ୍ରଣ ପାଇନାହାଁନ୍ତି। ଏହାପୂର୍ବରୁ ସଲମାନ ଖାନଙ୍କ ପିତା ସଲିମ ଖାନ ବିକି-କ୍ୟାଟ୍ରିନାଙ୍କ ବିବାହ ଖବରରେ କହିଥିଲେ ଯେ, ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ପ୍ରଥମେ କୋର୍ଟ ରେ ବିବାହ କରିବା ପରେ ବେଦିରେ ବିବାହ ହେବ । କିନ୍ତୁ ଏପର‌୍ୟ୍ୟନ୍ତ ଉଭୟ ପକ୍ଷରୁ କୌଣସି ଖୁଲାସା କରାଯାଇ ନାହିଁ।

ସାୱାଇ ମାଧୋପୁର ଜିଲ୍ଲା କଲେକ୍ଟର ରାଜେନ୍ଦ୍ର କିଷାନ କହିଛନ୍ତି, “ଡିସେମ୍ବର ୭ ରୁ ୧୦ ମଧ୍ୟରେ ବିବାହ ଉତ୍ସବରେ ୧୨୦ ଅତିଥି ଯୋଗଦେବେ। ଯେଉଁମାନେ ଟୀକା ଗ୍ରହଣ କରିନାହାଁନ୍ତି, ସେମାନଙ୍କ ପାଇଁ ଆର୍‌ଟି ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ । ଡିସେମ୍ବର ୭ ରେ ମେହେନ୍ଦି କାର‌୍ୟ୍ୟକ୍ରମ ଏବଂ ୮ ଡିସେମ୍ବରରେ ସଂଗୀତ କାର‌୍ୟ୍ୟକ୍ରମ ଆୟୋଜିତ ହେବ। ରିପୋର୍ଟ ଅନୁଯାୟୀ କରଣ ଜୋହର, ଫରାହ ଖାନ, ନେହା ଧୁପିଆ, ଅଙ୍ଗଦ ବେଦୀ, କବୀର ଖାନ, ସନ୍ନି କୌଶଲ ଏବଂ ଶାରବରୀ ୱାଗଙ୍କ ସମେତ ୧୨୦ ଜଣ ଭିଆଇପି ଏହି ବିଶେଷ ବିବାହ ଉତ୍ସବରେ ଯୋଗ ଦେବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login