ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସଂଘର୍ଷରେ କେରଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ବିନିଲ ଟିବି ବୋଲି ଜଣାପଡ଼ିଛି । ବିନିଲ ଟିବି କେରଳର ତ୍ରିସୁର ଜିଲ୍ଲାର ବଡ଼କ୍କାନଚେରୀର ବାସିନ୍ଦା ଥିଲେ । ଆହତଙ୍କ ନାମ ଜୈନ ଟିକେ ଜଣାପଡିଛି ଏବଂ ସେ ମଧ୍ୟ କେରଳ ଅଞ୍ଚଳର । କିଛି ଦିନ ତଳେ ଡ୍ରୋନ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ନେଇ ବିନିଲଙ୍କ ପରିବାର ଲୋକଙ୍କୁ ଖବର ମିଳିଥିଲେ ମଧ୍ୟ ପରିବାର ଲୋକେ ସେମାନଙ୍କ ପାଖରେ ପହଞ୍ଚି ପାରିନଥିଲେ । ଗତ ମାସରେ ବିନିଲ ଭାରତୀୟ ଗଣମାଧ୍ୟମ ସହ କଥା ହୋଇଥିଲେ, ବିନିଲ କହିଛନ୍ତି ଯେ ସେ ସ୍ୱଦେଶ ଫେରିବା ପାଇଁ ସେପ୍ଟେମ୍ବର ମାସରୁ ମସ୍କୋରେ ଥିବା ଭାରତୀୟ ଦୂତାବାସର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସଫଳ ହୋଇନଥିଲେ। କେରଳରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିବା ବିନିଲ କହିଥିଲେ “ମାନସିକ ଓ ଶାରୀରିକ ଭାବେ ଆମେ ଥକି ଯାଇଛୁ । ଆମେ ୟୁକ୍ରେନର ଋଷ ଅଧିକୃତ ଅଞ୍ଚଳରେ ଅଛୁ । ଆମ କମାଣ୍ଡର କହିଛନ୍ତି ଯେ ଏହି ଚୁକ୍ତି ଏକ ବର୍ଷ ପାଇଁ ଥିଲା । ଆମେ ଆମର ମୁକ୍ତି ପାଇଁ ସ୍ଥାନୀୟ କମାଣ୍ଡରମାନଙ୍କୁ ଅନୁରୋଧ କରୁଛୁ ।
Russ-ukrain war : ରୁଷ-ୟୁକ୍ରେନ ଯୁଦ୍ଧରେ ଚାଲିଗଲା କେରଳ ଯୁବକଙ୍କ ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...