ଦିଲ୍ଲୀ ; RSS ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ । ଦିଲ୍ଲୀ ଆମ୍ବେଦକର ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ । ଆରଏସଏସକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଡାକ ଟିକେଟ ଓ କଏନ ଉନ୍ମୋଚନ କଲେ । ଦେଶ ଗଠନରେ ଆରଏସଏସର ଭୂମିକାକୁ ପ୍ରଶଂସା କଲେ ମୋଦି । ଆରଏସଏସ ଦେଶ ସେବାର ପ୍ରତୀକ କହିଲେ ପ୍ରଧାନମନ୍ତ୍ରୀ ମୋଦି । ଶହେ ବର୍ଷରେ ସଂଘ ସମାଜର ସବୁ ବର୍ଗକୁ ସ୍ପର୍ଶ କରିଛି । ଶିକ୍ଷା, କୃଷି, ଆଦିବାସୀ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛି । ସଂଘର ଏକମାତ୍ର ଲକ୍ଷ୍ୟ ହେଉଛି ରାଷ୍ଟ୍ର ପ୍ରଥମ । ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ସଂଘର ମୁଖ୍ୟ ଉଦେ୍ଦଶ୍ୟ । ସମାଜକୁ ସମୃଦ୍ଧ କରିବାରେ ସ୍ୱୟଂସେବକ ଭୂମିକା ଗୁରୁତ୍ୱ ପୂର୍ଣ୍ଣ । ଶତବାର୍ଷିକୀ ସମାରୋହରେ କଂଗ୍ରେସକୁ ସମାଲୋଚନା କଲେ ମୋଦି । ୧୯୪୭ ପରେ ଆରଏସଏସକୁ ଦମନ ପାଇଁ ଉଦ୍ୟମ କରାଯାଇଥିଲା ।
Views: 54