ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ଜଣାଶୁଣା ଲଭ୍ବାର୍ଡ ହେଉଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ । ଦୁହିଁଙ୍କ ବିବାହକୁ ନେଇ ତାଙ୍କ ପରିବାର, ସାଙ୍ଗ ସାଥୀଙ୍କ ବ୍ୟତୀତ ଦୁହିଁଙ୍କ ପ୍ରଶଂସକଙ୍କ ମଧ୍ୟ ଉତ୍ସାହର ରହିଛି । ଉଭୟଙ୍କ ବିବାହକୁ ନେଇ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ସବୁଆଡେ ଖୁବ୍ ଦବଦବା ଲାଗି ରହିଛି। ଖବର ଆସିଥିଲା କି ଦହେଁ କୁଆଡେ ଏପ୍ରିଲ୍ରେ ବିବାହ କରିବାକୁ ଯାଉଛନ୍ତି । ଖବର ଅନୁଯାୟୀ, ଉଭୟ ଏହି ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିଛି ଦିନ ପରେ ଦୁହେଁ ବନ୍ଧୁତ୍ୱର ସମ୍ପର୍କକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପରିଣତ କରିବାକୁ ଯାଉଛନ୍ତି । ଏହି କପଲ୍ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ ଠାରୁ ଦୂରରେ ରଖନ୍ତି।

ବର୍ତ୍ତମାନ ଶୁଣିବାକୁ ମିଳିଛି ଉଭୟ ନିଜ ବିବାହରେ ଅନେକ ଲୋକଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ଏବଂ ବିବାହ ପାଇଁ ସ୍ଥାନ ମଧ୍ୟ ବାଛି ସାରିଛନ୍ତି । ପିଙ୍କ ଭିଲ୍ଲାରେ ରିପୋର୍ଟ ଅନୁଯାୟୀ, ଦୁହେଁ ମୁମ୍ବାଇର କୌଣସି ବଡ ବଡ ତାରକା ହୋଟେଲରେ ନୁହେଁ ବରଂ ସେମାନଙ୍କ ନିଜ ଘରେ ତଥା ଆର.କେ ହାଉସରେ ବିବାହ କରିବେ ବୋଲି ରଣବୀର ଏହି ସ୍ଥାନକୁ ବାଛିଛନ୍ତି।