The Ultimate Managed Hosting Platform
ADVERTISEMENT

ରାଜନୈତିକ ଗୋଷ୍ଠୀ ସଂଘର୍ଷ; ୬ ଗୁରୁତର

Facebook
Twitter
LinkedIn

ବ୍ରହ୍ମଗିରି: ପାଖେଇ ଆସୁଛି ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ । ସେଥିପାଇଁ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ପ୍ରସାର ଜାରି ରଖିଥିବା ବେଳେ, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ମଣପଡ଼ା ପଞ୍ଚାୟତରେ ଦଣ୍ଡୁଆସିପଡ଼ା ଗାଁରେ ଦେଖା ଦେଇଛି ରାଜନୈତିକ ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ ଜଣେ ମହିଳା ସମେତ ୬ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଗତ କାଲି ରାତିରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାମାନେ ଦଣ୍ଡୁଆସିପଡ଼ା ଗାଁରେ ପ୍ରଚାର କରିବାକୁ ଯାଇଥିଲେ । ପ୍ରଚାର ସମୟରେ ସେହି ଗ୍ରାମର ଜଣେ ମହିଳା ଯାହାଙ୍କର ଦୁଇ ବର୍ଷ ପୂର୍ବେ ଘର ପୋଡ଼ି ହୋଇଯାଇଥିଲା । ତାଙ୍କୁ ଏକ ଘର ଦେବେ ବୋଲି ଉକ୍ତ ନେତା ଜଣକ ପ୍ରତିଶୃତି ଦେଇଥିଲେ । କିନ୍ତୁ ଦେଇନଥିଲେ । ସେ ନେଇ ମହିଳା ଜଣକ ପ୍ରଚାର ପାଇଁ ଯାଇଥିବା ବେଳେ ପ୍ରତିଶୃତି ଦେଇଥିବା ସେହି ନେତାଙ୍କୁ ଦେଖି ଘର ବାବଦରେ ପଚାରିଥିଲେ । ଯାହାକୁ ନେଇ ସେଠାରେ ଦୁଇ ଦଳ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ପୁଣି ଆଜି ସକାଳେ ଉକ୍ତ ମହିଳାଙ୍କ ଘର ଆଗରେ ସେହି ରାଜନୈତିକ ଦଳ ଗାଳିଗୁଲଜ କରିଥିଲେ । ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ଓ ପଥର ମାଡ଼ ହୋଇଥିଲା । ସେହି ସଂଘର୍ଷରେ ଉକ୍ତ ମହିଳାଙ୍କ ସମେତ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏ ନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login