The Ultimate Managed Hosting Platform
ADVERTISEMENT

Pm modi fast podcast : ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପୋଡକାଷ୍ଟ, କହିଲେ ମୁଁ ପଛରେ କାନ୍ଦିବା ଲୋକ ନୁହେଁ

Facebook
Twitter
LinkedIn

ନୂଆଦିଲ୍ଲୀ : ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ । ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଥମଥର ପାଇଁ ମୋଦି ନିଜ ବ୍ୟକ୍ତିଗତ ଓ ରାଜନୀତି ଜୀବନକୁ ନେଇ ଜଣାଅଜଣା କଥା ପ୍ରକାଶ କରିଛନ୍ତି । ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ ବସି ଅନେକ କଥା କହିଛନ୍ତି । ପୋଡକାଷ୍ଟରେ ମୋଦି କହିଛନ୍ତି, ମୁଁ ଜଣେ ଭଗବାନ ନୁହେଁ ମଣିଷ, ଭୁଲ ମୋ ଦ୍ବାରା ମଧ୍ୟ ହୁଏ । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ମୋ ପୁରୁଣା ବନ୍ଧୁମାନଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନକୁ ଡାକୁଥିଲି । ହେଲେ ମୁଁ ସେମାନଙ୍କ ସହ ମଜା କରିପାରୁ ନଥିଲି । କାରଣ ମୁଁ ସେମାନଙ୍କୁ ବନ୍ଧୁ ଭାବେ ଦେଖୁଥିବା ବେଳେ ସେମାନେ ମୋତେ ମୁଖ୍ୟମନ୍ତ୍ରୀଙ୍କ ଭଳି ବ୍ୟବହାର କରୁଥିଲେ ।” ମୁଁ ପଛରେ କାନ୍ଦିବା ଲୋକ ନୁହେଁ । ମୋତେ ପ୍ରଧାନମନ୍ତ୍ରୀ ହେବାର ଦାୟିତ୍ବ ମିଳିଛି, ମୁଁ ଏହାକୁ ତୁଲାଉଛି । ରାଜନୀତିରେ ପ୍ରତି ମୁହୂର୍ତରେ ରିସ୍କ ରହିଛି । ରିସ୍କ ନେଇପାରୁଥିବା ଲୋକ ମୋତେ ଦରକାର । ମୁଁ ରିସ୍କ ନେଉଥିବା ଯୁବକଙ୍କ ସହିତ ରହିଛି । ପ୍ରଧାନମନ୍ତ୍ରୀ ୨୦୦୨ ମସିହା ଗୋଧ୍ରା ଘଟଣାକୁ ମଧ୍ୟ ପୋଡକାଷ୍ଟରେ ମନେ ପକାଇଛନ୍ତି । ଖାଇବା ମାମଲାରେ ମଧ୍ୟ ମୋଦି ମୁହଁ ଖୋଲିଥିଲେ । ସେ କହିଥିଲେ, ମୁଁ ଯେଉଁ ଦେଶକୁ ଯାଏଁ, ସେଠିକାର ଖାଇବା ଖାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login