ଅଯୋଧ୍ୟା : ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଏକବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି । ତିନିଦିନ ପର୍ୟ୍ୟନ୍ତ ସାଂସ୍କୃତିକ ଏବଂ ଧାର୍ମିକ କାର୍ୟ୍ୟକ୍ରମ ଅୟୋଜିତ କରାଯିବ । ରାମମନ୍ଦିରକୁ ୫୦ କ୍ୱିଣ୍ଟାଲ ପୁଷ୍ପରେ ସଜା ଯାଇଛି । ପ୍ରଥମ ବାର୍ଷିକୀ ଆଜି ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ତେବେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀରେ ୩ ଦିବସୀୟ ସମାରୋହ ରାମଜନ୍ମଭୂମିରେ ଆୟୋଜନ କରାଯାଇଛି । ରାମ ମନ୍ଦିର ପରିସରରେ ଭିନ୍ନ-ଭିନ୍ନ ଫୁଲରେ ସଜାଯାଇଛି । ଏହି କାର୍ୟ୍ୟକ୍ରମରେ ସାମିଲ ହେବା ଲାଗି ୨ ହଜାର ସନ୍ଥ ଅଯୋଧ୍ୟାରେ ପହଞ୍ଚିବେ । ପ୍ରାଣ ପ୍ରତିଷ୍ଠା ଭଳି ଆଜି ମଧ୍ୟ ରାମଲଲାଙ୍କୁ ସଜାଯିବ । ମନ୍ଦିର ଟ୍ରଷ୍ଟ ଅନୁସାରେ, ପୁରା ଦିନରେ ଅନେକ ଧାର୍ମିକ ଅନୁଷ୍ଠାନ ସହିତ ରାମକଥା ଏବଂ ରାମଲୀଳା ପ୍ରଦର୍ଶନ ହେବ ।
Ayodhya Ram Mandir Pran Pratistha : ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷ ପୂତ୍ତି, ଆଜିଠୁ ୩ ଦିନ କାର୍ଯ୍ୟକ୍ରମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











