ଆନନ୍ଦପୁର : ହାଟଡିହି ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ । ବସନ୍ତିଆ ଘର ସମେତ ପତ୍ନୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ । ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଚଢାଉ ଜାରି । ୪ ଜଣ ଡିଏସପି ଓ ୮ ଜଣ ଇନସପେକ୍ଟରଙ୍କୁ ନେଇ ରେଡ କରାଯାଉଛି । ଚଣ୍ଡିବିରଞ୍ଚିପୁରରେ ୩ ତାଲା ଘର, ବସନ୍ତିଆଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଗୋଦାମ ଗୃହ, ବିଦ୍ୟାଧରପୁରରେ ଥିବା ଇଲେକ୍ଟ୍ରୋନିକ ଦୋକାନ, ପଢିଆରିପଲ୍ଲୀରେ ସମ୍ପର୍କୀୟଙ୍କ ଘର ଓ ପଞ୍ଚାୟତ କାର୍ୟ୍ୟାଳୟରେ ଏକାବେଳକେ ରେଡ ଚାଲିଛି ।
Views: 65











