ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଉ ମାତ୍ର ହାତ ଗଣତି କେଇଟା ଦିନ ବାକି । କୋଭିଡ୍ କଟକଣା ମଧ୍ୟରେ ପ୍ରଚାର ପ୍ରସାର ପାଇଁ କୋହଳ ହେଲା କଟକଣା । ତେବେ ପୁର୍ବରୁ ଦିଆଯାଇଥିବା ଅନୁମତୀ ଅନୁଯାଂୟୀ ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ ପ୍ରାର୍ଥୀ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ମାତ୍ର ୫ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ୍ ପାଇଁ ଅନୁମତି ଦିଆଯାଇଥିଲା । ସେହିପରି ରାଜନୈତିକ ସଭାକୁ ମଧ୍ୟ ଅନୁମତି ମିଳିଛି । ୩୦୦ ଲୋକଙ୍କୁ ନେଇ ହୋଇପାରିବ ରାଜନୈତିକ ସଭା । ପୂର୍ବଭଳି ବାଇକ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରହିଛି । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।
Views: 123