The Ultimate Managed Hosting Platform
ADVERTISEMENT

କଟକଣା ମଧ୍ୟରେ ଖୋଲିଲା ଶିକ୍ଷାନୁଷ୍ଠାନ; ଅଫଲାଇନ୍ ପାଠପଢ଼ା ଆରମ୍ଭ

Facebook
Twitter
LinkedIn

ଭୁୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ଶିକ୍ଷାନୁଷ୍ଠାନ । ଆଜିଠାରୁ ଅରମ୍ଭ ହେଲା ଅଫଲାଇନ୍ ପାଠପଢ଼ା । ତେବେ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମ୍ରେ ପାଠପଢ଼ା ଆରମ୍ଭ ହୋଇଛି। ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ୍ ସକାଳ ୧୦ରୁ ଦିନ ୧ଟା ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ୍ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ଚାଲିବ। ଏଥିପାଇଁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ସାନିଟାଇଜେସନ ବ୍ୟବସ୍ଥା ଇତ୍ୟାଦି ସମ୍ପୂର୍ଣ୍ଣ କରିଛନ୍ତି କର୍ତ୍ତୃପକ୍ଷ। ସ୍କୁଲ୍ ସହ ହଷ୍ଟେଲ୍ ମଧ୍ୟ ଖୋଲିଛି। ତେଣୁ ଛାତ୍ରଛାତ୍ରୀମାନେ ଯେପରି ସଂକ୍ରମିତ ନହୁଅନ୍ତି, ତାକୁ ଗୁରୁତ୍ୱ ଦେଇ ସ୍କୁଲ୍ ଗୁଡ଼ିକରେ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ପରେ ସେମାନଙ୍କୁ କ୍ଲାସ୍କୁ ଛଡ଼ାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login