The Ultimate Managed Hosting Platform
ADVERTISEMENT

OTT ରେ ରିଲିଜ୍ ହେବ ‘ ସୀତା ରାମମ୍ ‘ ।

Facebook
Twitter
LinkedIn

ମୁମ୍ଵାଇ ୧୦।୧୧:ମୃଣାଲ ଠାକୁର ଏବେ ବର୍ତ୍ତମାନ ବଲିଉଡ୍ ଚଳଚ୍ଚିତ୍ର ପରେ ସାଉଥ୍ ସିନେମାରେ ପାଦ ରଖିଥିବା ନଜର ଆସିଛି। ବର୍ତ୍ତମାନ ମାଲାୟାଲମ୍ ସିନେମାର ପ୍ରସିଦ୍ଧ ଅଭିନେତା ଦୁଲକର୍ ସଲମାନଙ୍କ ଫିଲ୍ମ ‘ସୀତା ରାମ’ ବକ୍ସ ଅଫିସରେ ଜିତିଛି। ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ତାମିଲ, ତେଲୁଗୁ ଏବଂ ମାଲାୟାଲମର ବଡ ପ୍ରତିକ୍ରିୟା ପରେ ନିର୍ମାତାମାନେ ଫିଲ୍ମକୁ ହିନ୍ଦୀରେ ମଧ୍ୟ ରିଲିଜ୍ କରିଥିଲେ। ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ରକୁ ଦେଖିନଥିବା ଦର୍ଶକମାନେ ବର୍ତ୍ତମାନ ଏହାକୁ OTT ରେ ଦେଖିବା ପାଇଁ ପ୍ରସ୍ତୁତ ହୁଅନ୍ତି ।

ରାଘବପୁଡିଙ୍କ ନିର୍ଦ୍ଦେଶିତ ‘ସୀତା ରାମମ୍‌’ ନଭେମ୍ବର ୧୮ ରେ ଡିସ୍ନି + ହଟଷ୍ଟାରରେ ହିନ୍ଦୀ ଭର୍ସନ ଆସିବ। ଏହି କ୍ଲାସିକ୍ ପ୍ରେମ କାହାଣୀ ୬୦ ଏବଂ ୭୦ ଉପରେ ଆଧାରିତ । ଦୁଲକର ସଲମାନଙ୍କ ଚରିତ୍ର ରାମ ହୋଇଥିବା ବେଳେ ଜଣେ ଅନାଥ ସୈନିକ, ଯିଏ ଦେଶ ସେବା କରନ୍ତି। କହିବାକୁ ଗଲେ ମାଲାୟାଲମ୍ ସିନେମାର ପ୍ରସିଦ୍ଧ ଅଭିନେତା ଦୁଲକର୍ ସଲମାନଙ୍କ ଏହା ହେଉଛି ଦ୍ୱିତୀୟ ତେଲୁଗୁ ଚଳଚ୍ଚିତ୍ର ।

ଏଥି ସହିତ ମରାଠୀ ଏବଂ ହିନ୍ଦୀ ସିନେମାର ଅଭିନେତ୍ରୀ ମୃଣାଲ ଠାକୁର ଏହି ଚଳଚ୍ଚିତ୍ର ସହିତ ତେଲୁଗୁ ସିନେମାରେ ଡେବ୍ୟୁ କରିଛନ୍ତି। ଏହି ଚଳଚ୍ଚିତ୍ରରେ ମୃଣାଲ୍‌ ଠାକୁରଙ୍କ ବ୍ୟତୀତ ଦୁଲକର ସଲମାନ, ରଶ୍ମିକା, ସୁମନ୍ତ, ଗୌତମ, ତରୁଣ ଭାସ୍କର ଏବଂ ପ୍ରକାଶ ରାଜ ପ୍ରମୁଖ ଭୂମିକାରେ ଅଛନ୍ତି। ୩୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ୍‌ ପ୍ରତିକ୍ରିୟା ପାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login