ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ । ତେବେ ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ଆକ୍ରମଣ ବନ୍ଦ କରିବାକୁ ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ।ଲାହୋର, କରାଚି ଓ ପେଶାୱରରେ ଭାରତର ଘନ ଘନ ଆକ୍ରମଣ । ଭାରତୀୟ ସେନା ପାକିସ୍ତାନର ଦୁଇ ଜଣ ପାଇଲଟଙ୍କୁ କବଜାକୁ ନେଇଥିବା ସୂଚନା । ଜମ୍ମୁ କଶ୍ମୀରରେ ପାକିସ୍ତାନର ଆକ୍ରମଣ ବିଫଳ ହୋଇଛି । କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।ପାକିସ୍ତାନରେ କର୍ଫ୍ୟୁ ଜାରି କରାଯାଇଥିବା ସୂଚନା ମିଳିଛି ।ଭାରତୀୟ ନୌସେନା ମଧ୍ୟ ଭାରତ ପକ୍ଷରୁ ଆକ୍ରମଣରେ ସାମିଲ ହୋଇଛି ।ବିମାନ ବନ୍ଦରକୁ ଆସୁଥିବା ଯାତ୍ରୀ ନିଜ ସହିତ ସରକାରୀ ପରିଚୟପତ୍ର ଆଣିବେ । ସାଙ୍ଗରେ କେବଳ ୭ କେଜି ଓଜନର ହ୍ୟାଣ୍ଡବ୍ୟାଗ ହିଁ ଆଣି ପାରିବେ । ବୋର୍ଡିଂ ପୂର୍ବରୁ ସେମାନଙ୍କର ଦୁଇଥର ଚେକିଂ ହେବ । ତେଣୁ ବିମାନ ଛାଡ଼ିବା ସୟମର ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ କୁହାଯାଇଛି । ସୀମାରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିଛି ତାର ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ ।ରାତି ୧୧ଟା ପରେ ପାକିସ୍ତାନ ତରଫରୁ ବାୟୁସେନା ଆକ୍ରମଣ ଥମି ଯାଇଛି । ହେଲେ ଜମ୍ମୁ କଶ୍ମୀର ସୀମାରେ ଆକ୍ରମଣ ଜାରି ରହିଛି ।
Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...