The Ultimate Managed Hosting Platform
ADVERTISEMENT

ଜାଲ ନୋଟ୍ କାରବାର ମାମଲାରେ ଜଣେ ଗିରଫ; ୨୫ ହଜାର ଦେଲେ ମିଳୁଥିଲା ଲକ୍ଷେ ଟଙ୍କା

Facebook
Twitter
LinkedIn

ଯାଜପୁର: ଜାଲ ନୋଟ୍ କାରବାର କରୁଥିବା ରାକେଟକୁ ଗିରଫ କରିଛି ଯାଜପୁର ପୋଲିସ୍ । ୧୩ ଲକ୍ଷ ଟଙ୍କାର ଜାଲ ନୋଟ ସହ କାଗଜ ଓ ପ୍ରିଣ୍ଟର ମଧ୍ୟ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ, ସେ ଯାଜପୁର ଟାଉନ ଥାନା ଅଧିନସ୍ଥ ସନ୍ଥ ମହାଦେବ ଗ୍ରାମରେ ଏକ ଭଡ଼ା ଘର ନେଇ ରହୁଥିଲା । ସେହିଠାରେ ସେ ଜାଲ ନୋଟ ଛାପୁଥିବା ନେଇ ପୋଲିସ୍ ପାଖରେ ପୂର୍ବ ସୂଚନା ରହିଥିଲା । ତେଣୁ ପୋଲିସ୍ ଏ ନେଇ ଖୋଳତାଡ଼ କରୁଥିଲା ।

ତେବେ ଗତକାଲି ବିଳମ୍ବିତ ରାତିରେ ଟାଉନ ଥାନା ପୋଲିସ୍ ଅଚାନକ ଚଢ଼ାଉ କରି ସେହି ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ ନୋଟ୍ ସହ ଅଭିଯୁକ୍ତକୁ ଗିରଫ କରିଛି । ସେଥି ମଧ୍ୟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଜାଲ ନୋଟ୍ ଥିବା ସୂଚନା ରହିଛିି । ୨୫ ହଜାର ୧୭ ଟଙ୍କା ଦେଲେ ସେ ଲକ୍ଷେ ଟଙ୍କା ଦେଉଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଏହି ଜାଲ ନୋଟ କାରବାର ମାମଲାରେ ଗତ ୫ ବର୍ଷ ମଧ୍ୟରେ ୩ ଥର ଗିରଫ ହୋଇସାରିଛି । ତେବେ ଏହି ଜାଲ ନୋଟ କାରବାର ରାଜ୍ୟ ବାହାରକୁ ମଧ୍ୟ ଲମ୍ବିଥିବା କଥା ପୋଲିସ କହିଛିି । ଅଭିଯୁକ୍ତ ଚନ୍ଦ୍ରମଣୀ ସହ ଆଉ କିଏ କିଏ ଏହି ଜାଲ ନୋଟ କାରବାରରେ ସାମିଲ ଅଛନ୍ତି, ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଥିବା ପୋଲିସ୍ ସୂଚନା ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login