ଇସଲାମବାଦ : ଇସଲାମବାଦରେ ଭୟଙ୍କର ବିସ୍ଫୋରଣ । ୫ ଜଣଙ୍କର ଜୀବନ ଯାଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଡିଷ୍ଟ୍ରିକ କୋର୍ଟର ବାହାରେ ଏକ କାର ଭିତରେ ବିସ୍ଫୋରଣ ହୋଇଛି । କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ହୋଇନି । କୋର୍ଟ ପରିସରରେ ଥିବା ପାର୍କିଂ ଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । କୋର୍ଟ ପରିସରରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି ।
ଖବର ମୁତାବକ, ଇସଲାମବାଦ କୋର୍ଟ ପରିସରରେ ପାର୍କିଂ ସ୍ଥାନରେ ଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପୋଲିସ ଲାଇନ୍ସ ମୁଖ୍ୟାଳୟ ପର୍ୟ୍ୟନ୍ତ ଶୁଣାଯାଇଥିଲା । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷା କର୍ମୀ ପହଞ୍ଚିଛନ୍ତି । ବୋମା ନିଷ୍କ୍ରିୟକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
Views: 91











