The Ultimate Managed Hosting Platform
ADVERTISEMENT

ବଜେଟରେ ଆଉ ୧୦ ନୂଆ ବ୍ୟବସ୍ଥା ଘୋଷଣା କଲେ ନିର୍ମଳା ସୀତାରମଣ

Facebook
Twitter
LinkedIn

ନୂଆଦିଲ୍ଲୀ: ସଂସଦରେ ଚଳିତ ବଜେଟ ଅଧିବେସନ ୨୦୨୨-୨୩ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ୧୦ ନୂଆ ବ୍ୟବସ୍ଥା ଘୋଷଣା କଲେ । ସେଥିରେ ମହିଳା, କୃଷକ, ଦଳିତ ଏବଂ ଯୁବପୀଢିଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ବ୍ୟବସ୍ଥା ଗୁଡ଼ିକ ହେଉଛି
୧- ଆୟକର ଛାଡ ଶୀମା ଅପରିବର୍ତ୍ତିତ । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ ନାହିଁ କୌଣସି ପରିବର୍ତ୍ତନ ।
୨- ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଦିଆଯିବ ୬୦ ଲକ୍ଷ ନିଯୁକ୍ତି, ଦେଶରେ କମିବ ବେରୋଜଗାର ଏବଂ ବେକାରୀ ।
୩- ଆସନ୍ତା ୩ବର୍ଷରେ ୪ଶହ ନୂଆ ଜେନେରେଶନର ବନ୍ଦେ ଭାରତ ଟ୍ରେନ୍ ଚାଲୁ ହେବ ।
୪- ଚଳିତ ବର୍ଷରୁ ହିଁ ୫ଜି ସେବା ଆରମ୍ଭ ହେବ
୫- ଡାକଘରେ ଆରମ୍ଭ ହେବ କୋର ବ୍ୟାଙ୍କିଂ ସେବା । ଅନଲାଇନ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, ଏଟିଏମ୍ ଏବଂ ଅନଲାଇନ୍ କାରବାର ସେବା ଆରମ୍ଭ ହେବ ।
୬- ରାଜ୍ୟମାନଙ୍କୁ ବିନା ସୁଧରେ ଏକ ଲକ୍ଷ କୋଟି ଟଙ୍କା ପର‌୍ୟ୍ୟନ୍ତ ଋଣ ଦିଆଯିବ । ୫୦ବର୍ଷ ପାଇଁ ବିନା ସୁଧରେ ଦିଆଯିବ ଋଣ ସୁବିଧା
୭- ଦେଶରେ ଏକ ଡିଜିଟାଲ୍ ୟୁନିଭରସିଟି ନିର୍ମାଣ କରାଯିବ । ସ୍କୁଲର ସବୁ ଶ୍ରେଣୀଗହରେ ଲାଗିବ ଟିଭି ।
୮ – ଦେଶରେ ଲାଗୁ ହେବ ଇ-ପାସପୋର୍ଟ ।
୯ – ପିଏମ୍ ଆବାସ ଯୋଜନାରେ ୮୦ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୪୮ ହଜାର କୋଟି ।
୧୦- ୨୦ ହଜାର କୋଟି ଟଙ୍କା ବେୟରେ ନିର୍ମାଣ ହେବ ୨୫ ହଜାର କିଲୋମିଟରର ଜାତୀୟ ରାଜପଥ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login