The Ultimate Managed Hosting Platform
ADVERTISEMENT

ଟ୍ରେନିଂ ବେଳେ ଅଘଟଣ; ପ୍ରାଣ ହରାଇଲେ ଓଡ଼ିଆ ଯବାନ

Facebook
Twitter
LinkedIn

ପାରଳାଖେମୁଣ୍ଡି: ଟ୍ରେନିଂ ବେଳେ ଅଘଟଣରେ ପ୍ରାଣ ହାରାଇଳେ ଓଡ଼ିଆ ଯବାନ । ସଶସ୍ତ୍ର ସୀମା ବଳ ବୀରମିତ୍ରପୁର ତାଲିମ କେନ୍ଦ୍ରରେ ବିଦ୍ୟୁତ ସର୍ଟ ସର୍କିଟ ଦ୍ୱାରା ନିଆଁ ଲାଗି ୩ ଯବାନ ସହିଦ ହୋଇଛନ୍ତି । ସେହି ୩ ଯବାନଙ୍କ ମଧ୍ୟରେ ପର୍ଶୁରାମ ଶବର ନାମକ ଜଣେ ଓଡ଼ିଆ ଯବାନ ରହିଛନ୍ତି ।

ଓଡ଼ିଆ ଜବାନ ପର୍ଶୁରାମଙ୍କ ଘର ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ କୁରୁଗୁବା ଗ୍ରାମରେ । ସେ ଗତ ଏପ୍ରିଲ ମାସରେ ଏସ୍‌ଏସ୍‌ବି ରେ ଯବାନ ଭାବେ ନିଯୁକ୍ତି ପାଇଥିଲେ । ନିଯୁକ୍ତି ପରେ ସେ ଏସ୍‌ଏସ୍‌ବି ବୀରମିତ୍ରପୁର ତାଲିସ୍ ବେନ୍ଦ୍ରରେ ତାଲିମ୍ ନେଉଥିଲେ । କୌଣସି କାରଣରୁ ସେହି ତାଲିିମ୍ କେନ୍ଦ୍ରରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆର୍ ଲାଗିଯାଇଥିଲା । ସେହି ଦୁର୍ଘଟଣାରେ ଶିକାର ହୋଇ ପର୍ଶୁରାମ ପ୍ରାଣ ହରାଇଛନ୍ତି ।


ପର୍ଶୁରାମଙ୍କ ସହିଦ ଖବର ପାଇଁ ସରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଆଜି ତାଙ୍କ ମରଶରୀର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ସେଠାରୁ ତାଙ୍କ ନିଜ ଗ୍ରାମ କୁରୁଗୁବକୁ ଅଣାଯିବ ବୋଲି ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login