କଟକ : ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ରାଜ୍ୟର ୩୧୩୩ ଟି ସେଣ୍ଟରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆଜି ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୬ ଯାଏ ପରୀକ୍ଷା ଚାଲିବ । ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ୟ୍ୟନ୍ତ ଚାଲିବ ପରୀକ୍ଷା । ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ ଟାରୁ ପରୀକ୍ଷା କେନ୍ଦ୍ରରେ ପ୍ରଵେଶ କରି ପାରିବେ । କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି । ବୋର୍ଡ ପକ୍ଷରୁ ୪୨ ଟି ସ୍କ୍ୱାଡ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୯୦ ଟି ସ୍କ୍ୱାଡ କରାଯାଇଛି । ଏହା ବ୍ୟତୀତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍କ୍ୱାଡ ମଧ୍ୟ କରାଯାଇଛି ।୩୧୪ ନୋଡାଲ ସେଣ୍ଟର ଓ ୩୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଦେଖିବା ପାଇଁ ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରେ ରହିଛି ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ରୁମ । ଏଠାରୁ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଟିକିନିଖି ଦେଖି ପାରିବେ ବୋର୍ଡ କର୍ତ୍ତୃପକ୍ଷ । ପ୍ରତି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବାର ଉଦ୍ୟମ କରାଯାଇଛି । ପ୍ରତି ପରୀକ୍ଷା କେନ୍ଦ୍ରରେ ଲାଗିଛି ୧୦ ଟି ସିସିଟିଭି କ୍ୟାମେରା । ପ୍ରଶ୍ନପତ୍ରର ଭାଇରାଲ ରୋକିବା ପାଇଁ ମାଟ୍ରିକ ପ୍ରଶ୍ନପତ୍ରରେ ୱାଟର ମାର୍କ, ଷ୍ଟାଟିକ କ୍ୟୁ ଆର କୋଡ ଓ ଡାଇନାମିକ କୋଡ ବ୍ୟବସ୍ଥା କରାଯାଇଛି ।
Matric exam start :ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ, ମାର୍ଚ୍ଚ ୬ ଯାଏଁ ଚାଲିବ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦେଶୀ ମଦ ବୋଝେଇ ଗାଡି ଜବତ
ସୋରେ : ଦେଶୀ ମଦ ବୋଝେଇ ଗାଡି ଜବତ । ମବାସୀ ଗୋଡେଇ ଗୋଡେଇ ଧରିଲେ ମଦ ଗାଡି । ଗାଡ଼ିରୁ ବାହାରିଲା ବିପୁଳ ପରିମାଣର ଦେଶୀ...
ନୂଆ ଲୁକରେ ରଶ୍ମିକା , “ମାଇଁସା”ରେ ନଜର ଆସିବେ
ମୁମ୍ବାଇ : ଆଗାମୀ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଜାରି କଲେ ରଶ୍ମିକା ମନ୍ଦାନା । ଛାବାର ଦମଦାର ସଫଳତା ପରେ ରଶ୍ମିକା ମନ୍ଦାନା ଏହି ସମୟରେ...
ରଥରେ ଗଜପତିଙ୍କ ଛେରା ପହଁରା
ପୁରୀ : ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ...
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ
ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...