The Ultimate Managed Hosting Platform
ADVERTISEMENT

ମହଙ୍ଗା ପଡ଼ିଲା ଲାଞ୍ଚ ନେବା; ଭିଜିଲାନ୍ସ ଜାଲରେ ପୋଲିସ୍ ଆଇଆଇସି

Facebook
Twitter
LinkedIn

କଟକ: ମହଙ୍ଗା ପଡ଼ିଲା ଲାଞ୍ଚନେବା । ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ୍ ଆଇଆଇସି । କଟକ ଜିଲ୍ଲା ନରସିଂହପୁର ଥାନାର ଆଇଆଇସି ଅଲେଖ ଗରଡ଼ିଆ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଏହା ପରେ ଭିଜିଲାନ୍ସ ପକ୍ଷରୁ ଆଇଆଇସି ଗରଡ଼ିଆଙ୍କ ବାସଭବନ ସମେତ ଭିବିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ।

ସୂଚନାନୁଯାୟୀ, ପୋଲିସ ଆଇଆଇସି ଜଣକୁ ଏକ ମାମଲାର ସମାଧାନ କରିଦେବାକୁ ନରସିଂହପୁର ଥାନା ଅଧିନସ୍ଥ ଆଇଁଶିଆ ଗ୍ରାମର ନବକିଶୋର ନାୟକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଠିକ୍ ଏହି ସମୟରେ ପୋଲିସ୍ ବାବୁଙ୍କୁ ରେଡ୍ ହେଣ୍ଡରେ ଧରିଥିଲା ଭିଜିଲାନ୍ସ । ତେବେ ଏହା ପରେ ଆଇଆଇସିଙ୍କ ଅନ୍ୟ ସମସ୍ତ ସମ୍ପତ୍ତି ର ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login