ଭୁବନେଶ୍ୱର : ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା । ଅର୍ପିତା ଓ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । । ଅର୍ପିତା ଓ ସୋମେଶଙ୍କ ପକ୍ଷରୁ ଦାୟର ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କେସ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ହ୍ୟୁମାନ ସାଗରଙ୍କ ମା ତଥା ଏତଲାକାରୀ ସେଫାଳି ସୁନାଙ୍କୁ ପକ୍ଷଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ନୋଟିସ ଜାରି କରିଛନ୍ତି ଅଦାଲତ । ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ କମିଶନରେଟ ପୋଲିସ ଅର୍ପିତା ଓ ସୋମେଶଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ରହିଛି । ଫେବ୍ରୁଆରୀ ୧୬ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ଡିସେମ୍ବର ୨୧ ରେ ସେଫାଳି ସୁନା ପୁଅର ମୃତ୍ୟୁ ପାଇଁ ଅର୍ପିତା ଓ ସୋମେଶଙ୍କ ସମେତ ୯ ଜଣ ଦାୟୀ ବୋଲି ଅଭିଯୋଗ କରି ମର୍କତନଗର ଥାନାରେ ଏକ ଅଭିଯୋଗ କରିଥିଲେ ।
Views: 41











