The Ultimate Managed Hosting Platform
ADVERTISEMENT

Cold will increase : ପଶ୍ଚିମାଝଡ ପ୍ରଭାବରେ ପୁଣି ହାଡ ଭାଙ୍ଗିବ ଜାଡ !

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିବ ଶୀତ ଲହରୀ । ପାକିସ୍ତାନ ଓ ଆଫଗାନିସ୍ତାନ ଅଂଚଳର ମଧ୍ୟ ଭାଗରେ ସକ୍ରିୟ ପଶ୍ଚିମା ଝଡ । ପଶ୍ଚିମାଝଡ ଅପସାରଣ ପରେ ରାଜ୍ୟରେ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିବ । ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା । ଶୀତ ସାଙ୍ଗକୁ କିଛି ରାଜ୍ୟର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି ।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି । ସେହିପରି କାଞ୍ଜିପାଣି ଘାଟି ଅଞ୍ଚଳ, ପାଟଣା ବ୍ଲକର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ହାଡ଼ ଭଙ୍ଗା ଶୀତ ସହ ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି । ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଛି । ଏଥର ଶୀତ ସବୁ ରେକର୍ଡ ଭାଙ୍ଗିଛି । ଆକାଶ ନିର୍ମଳ ରହିବା, ହିମାଳୟରୁ ଆସୁଥିବା ବରଫାବୃତ୍ତ ପବନ, ଘନ କୁହୁଡ଼ି ଓ ସମୁଦ୍ରରୁ ଆସୁଥିବା ଜଳୀୟବାଷ୍ପ କମିବା ଯୋଗୁ ପାରଦ ତଳମୁହାଁ ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login