The Ultimate Managed Hosting Platform
ADVERTISEMENT

HMPV Virus :ଭାରତରେ ବଢୁଛି ଏଚଏମପିଭି ଭାଇରସ

Facebook
Twitter
LinkedIn

ନୂଆଦିଲ୍ଲୀ : ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା ଏଚଏମପିଭି ର ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏବେ ପୁଡୁଚେରୀରେ ଜଣେ ୫ ବର୍ଷର ଝିଅ ସଂକ୍ରମିତ ହୋଇଛି । ଜ୍ୱର, କାଶ ଓ ସର୍ଦ୍ଦି ଭଳି ଲକ୍ଷଣ ଦେଖାଯିବା ପରେ ପୁଡୁଚେରୀରେ ଝିଅର ନମୁନା ପରୀକ୍ଷା କରାଯାଇଥିଲା । ଯାଞ୍ଚରୁ ଝିଅଟି ଏଚଏମପିଭି ରେ ସଂକ୍ରମିତ ମିଳିଛି । ଡାକ୍ତରଙ୍କ ଅନୁସାରେ, ଝିଅଟି ସୁସ୍ଥ ହେଉଛି ଏବଂ ହସ୍ପିଟାଲରେ ତା’ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ଝିଅ ଏବଂ ତା’ ଆଖପାଖର ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି । ଭାରତରେ ଏବେ ଏଚଏମପିଭି ମାମଲା ଧୀରେ ଧୀରେ ବଢ଼ିବାରେ ଲାଗିଛି । ପୁଡୁଚେରୀ ପୂର୍ବରୁ ଜାନୁୟାରୀ ୧୦ ପର୍ୟ୍ୟନ୍ତ ଦେଶରେ ୧୨ଟି ଏଚଏମପିଭି ମାମଲା ରିପୋର୍ଟ ହୋଇଥିଲା । ଚୀନରୁ ବାହାରିଥିବା ଏହି ଭୂତାଣୁ ସଂସ୍ପର୍ଶରେ ବର୍ତ୍ତମାନ ନିକଟବର୍ତ୍ତୀ ଅନେକ ଦେଶ ମଧ୍ୟ ଆସିଛନ୍ତି । କୋଭିଡ୍-୧୯ ଭଳି ବିସ୍ତାର ହେବାରେ ଲାଗିଛି ଏହି ରୋଗ । ମୁଖ୍ୟତଃ ୨ ବର୍ଷରୁ କମ୍ ବୟସର ଶିଶୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login