ଭୁବନେଶ୍ୱର : ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡାଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ମଧ୍ୟ ଉପସ୍ଥିତ ରହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେବା ସହ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ । ୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ । ୱାନ ନେସନ୍ ୱାନ୍ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ । ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ । ସାରା ଭାରତରେ ଏହି କାର୍ଡ କାର୍ୟ୍ୟକାରୀ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
Views: 50











