The Ultimate Managed Hosting Platform
ADVERTISEMENT

Hansita-anil case diary :ହଂସିତା ଠକେଇ ; ମିଳିଲା ଆଉ ଏକ ପ୍ରମାଣ,

Facebook
Twitter
LinkedIn

ଭୁବନେଶ୍ୱର : କେମିତି ହଂସିତା ଓ ଅନୀଲ ପାଣ୍ଠି ହାତଉଥିଲେ ବଖାଣିଲେ କର୍ମଚାରୀ । ବିଲ୍ଡରଙ୍କ ସହ ମିସି ଜମି ପୋଜେସନ ଦେଉଥିଲେ ହଂସିତା । ବିଲ୍ଡରଙ୍କ ସହ ୩୦ ଲକ୍ଷର ଡିଲ୍ ମଧ୍ୟ ହୋଇଥିଲା । ୨୦୧୬ ବଡଗଡ ବ୍ରଘ୍ରେଶ୍ୱର ପାଟଣା ଭୋଇ ସାହିରେ ପୋଜେସନ ହୋଇଥିଲା । ୫୦ ଲୋକଙ୍କୁ ଆଣି ଜେସିବି ଲଗାଇ ବସ୍ତି ବାସୀନ୍ଦାଙ୍କ ଘର ଉଚ୍ଛେଦ କରିଥିଲେ । ବେଦାନ୍ତଠୁ ୧୮ କୋଟି ଟଙ୍କା ଠକିଛନ୍ତି ଏହି ଠକ ଯୋଡ଼ି । ଏହାସହ ଝାଡ଼ଖଣ୍ଡର ଏକ ଟ୍ରେଡିଂ କମ୍ପାନୀ ସହ ୩୦୦ କୋଟି ଟଙ୍କାର କାରବାର କରିଥିବା ତଦନ୍ତକାରୀ ଅଧିକାରୀଙ୍କୁ ପ୍ରମାଣ ମିଳିଛି । କାମ କରିବାକୁ କହି ଏହି କମ୍ପାନୀଠାରୁ ଅଗ୍ରିମ ୩୦କୋଟି ଟଙ୍କା ଆଣିଛନ୍ତି । ଏହି ଟଙ୍କାରେ ସେମାନେ ଘର ଓ ଗାଡ଼ି କିଣିଛନ୍ତି । ବିଭିନ୍ନ କାର୍ୟ୍ୟକ୍ରମରେ ଅତିଥିଙ୍କୁ ବିଦେଶୀ ଯୁବତୀ ଭେଟ ଦେଉଥିଲେ ଏହି ଠକ ଯୋଡି ।
ଏବେ ବି ଆହୁରି ୬୦ କୋଟିର ହିସାବ ମିଳୁନି । ଏବେ ସୁଦ୍ଧା ଆୟକର ବିଭାଗ ୧୨ ଜଣଙ୍କୁ ଜେରା କରିସାରିଲାଣି । ସେମାନଙ୍କ ମଧ୍ୟରେ ବିଲ୍ଡର, ଠିକାଦାର ଓ ବ୍ୟବସାୟୀ ରହିଛନ୍ତି । ହଂସିତାଙ୍କ ଠକେଇ ରାକେଟର ଚେର ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଲମ୍ବିଛି । ଇଡି ମାମଲାର ତଦନ୍ତ ପାଇଁ ଯୋଜନା କରିଛି । ସେପଟେ ଆସନ୍ତା ୧୬ ତାରିଖରେ ହଂସିତା-ଅନୀଲଙ୍କ ଜାମିନ ଆବେଦନ ଶୁଣାଣି ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login