ଭୁବନେଶ୍ୱର : ବିଜେପିରେ ମିଶିବା ପରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପ୍ରତିକ୍ରିୟା । ରାଜ୍ୟପାଳ ପଦବୀକୁ ଲାଟ୍ ସାହେବ ପଦ ବାଲି ସମସ୍ତେ ଭାବିଥାଆନ୍ତି । କିନ୍ତୁ ଜଗନ୍ନାଥଙ୍କ ଭୂମି ଓଡିଶାରେ ମୁଁ ଏ ଚିନ୍ତାଧାରାକୁ ଭାଙ୍ଗିଲି । ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଲି । ରାଜ୍ୟପାଳ ଲାଟ ସାହାବ ନୁହଁନ୍ତି, ରାଜ୍ୟପାଳ ହେଉଛନ୍ତି ଲୋକଙ୍କ ରାଜ୍ୟପାଳ । ରାଜନୀତିକୁ ଫେରିବା ପରେ ପ୍ରତିକ୍ରିୟା ଦେଇ କିଛି ଏଭଳି କହିଛନ୍ତି ରଘୁବର ଦାସ । ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବାପରେ ରଘୁବର ଦାସ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି । ୨୦୨୦ ବିଧାନସଭା ନିର୍ବାଚନ ହାରିବା ପରେ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିରୁ ଓହରି ଯାଇଥିଲେ । ସେହି ବର୍ଷ ରଘୁବରଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ନେଇ ଦିଲ୍ଲୀ ଡକାଯାଇଥିଲା । ୨୦୨୩ ମସିହାରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇ ଭୁବନେଶ୍ୱର ପଠାଯାଇଥିଲା । ବିଜେପି ହାଇକମାଣ୍ଡ ପୁଣି ତାଙ୍କୁ ଝାଡ଼ଖଣ୍ଡକୁ ପଠାଇଛନ୍ତି । ଝାଡଖଣ୍ଡ ବିଜେପିକୁ ସଜାଡ଼ିବାକୁ ଦଳ ପୁଣି ତାଙ୍କ ଉପରେ ଭରସା କରିଛି ।
Ex Governor Raghubar Das’ response : ରାଜ୍ୟପାଳ ଲାଟ ସାହେବ ନୁହଁନ୍ତି : ରଘୁବର

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...