ଭୁବନେଶ୍ୱର : ଧୀରେ ଧୀରେ ଖୋଲୁଛି ବଣ୍ଟି-ବବଲିଙ୍କ କଳା ସାମ୍ରାଜ୍ୟର ଗୁମର । ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କ ତିନି ଦାମୀ କାରକୁ ଜବତ କରିଛି କମିଶନରେଟ ପୋଲିସ । ଗତକାଲି ମର୍ସଡିସ ବେଞ୍ଜ ଜବତ କରିଥିବା ବେଳେ ଆଜି ଜଗୁଆର ଓ ପୋରସ କାର ଜବତ କରିଛି କମିଶନରେଟ ପୋଲିସ ସ୍ପେଶାଲ କ୍ରାଇମ୍ ୟୁନିଟ । ବିଳାସ ପୂର୍ଣ୍ଣ ପୋର୍ସ କାରର ମୂଲ୍ୟ ୨ କୋଟି ୬ଲକ୍ଷ । ଗତ ଡିସେମ୍ବର ୨୪ରେ ଅନିଲଙ୍କ ଜନ୍ମଦିନରେ ହଂସିତା ତାଙ୍କୁ ଏହି କାର ଉପହାର ଦେଇଥିଲେ । ସେହିପରି ଏକ କୋଟି ୮୫ ଲକ୍ଷ ଟଙ୍କାର ମର୍ସିଡିସ ଓ ଏକ କୋଟି ମୂଲ୍ୟର ଜାଗୁଆର କାରକୁ ମଧ୍ୟ ସ୍ପେଶାଲ କ୍ରାଇମ୍ ୟୁନିଟ ଜବତ କରିଥିବା ଜଣାଯାଇଛି ।
Views: 79











