ବାଲେଶ୍ୱର : କାଲି ଯାଏଁ ଲାଗିଲା କର୍ଫ୍ୟୁ । ବସ୍ତି ଉଚ୍ଛେଦ ପାଇଁ ଜାରି କଲା ପ୍ରଶାସନ । ଅରଡ ବଜାର ଠାରୁ ପରିବା ମାର୍କେଟ ଅଞ୍ଚଳରେ କର୍ଫ୍ୟୁ । ଆସନ୍ତା କାଲି ରାତି ୧୦ଟା ଯାଏଁ କର୍ଫ୍ୟୁ ଜାରି । ଅରଡ଼ ବଜାର, ପରିବା ବଜାର, ହରିପୁର, କସିମିଳା, ଫୁଲାଡି, ପୂଆ ବଜାର, ଗୋପାଳ ଗାଁ ଓ ଦରଜପୋଖରୀ ଅଞ୍ଚଳରେ କଟକଣା ଜାରି ହୋଇଛି । ତୀୟ ରେଳ ଲାଇନ ସମ୍ପ୍ରସାରଣ ନେଇ ସ୍ଥାନୀୟ ଅଞ୍ଚଳରୁ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଲଗାଯାଇଛି । ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, କୌଣସି ସଭା ଓ ରାଲି ଉପରେ କଟକଣା ଲଗାଇଛି ପ୍ରଶାସନ। ଏହି କର୍ଫ୍ୟୁକୁ ନେଇ ବସ୍ତି ବାସିନ୍ଦାଙ୍କ ମନରେ ଭୟ ଦେଖାଦେଇଛି । ଅନେକ ଲୋକଙ୍କ ରାତିର ନିଦ ହଜିଯାଇଛି । ବସ୍ତି ଅଞ୍ଚଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ପୋଲିସ ଛାଉଣୀ କରାଯାଇଛି ।
Views: 53