କଟକ : ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ । ସଦର ଥାନା ସୁଭଦ୍ରାପୁରରେ ଦୁର୍ବୁତ୍ତଙ୍କ ବୋମାମାଡ । ବ୍ୟବସାୟିକ ଶତ୍ରୁତାରୁ ବୋମାମାଡ ସନେ୍ଦହ । ବୋମାମାଡରେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା । ସୂଚନା ମୂତାବକ ଗତକାଲି ବିଳମ୍ବିତ ରାତିରେ ବାଉଁଶ ବ୍ୟବସାୟୀ ଅଜୟ ନାୟକ ଘରେ ଥିବା ବେଳେ ହଠାତ୍ କେହି ଦୁର୍ବୃତ୍ତ ଆସି ତାଙ୍କ ଘର ଉପରକୁ ବୋମାମାଡ କରିଛନ୍ତି । ପ୍ରଚଣ୍ଡ ଶଦ୍ଦରେ ଚର୍ତୁଦିଗ ଧୂଆଁମୟ ହୋଇଯାଇଥିଲା । କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ସେପଟେ ଖବର ପାଇ ସଦର ଥାନା ଆଇଆଇସି ଏବଂ ଜୋନ୍ ୪ ଏସପି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ଘଟଣା ଘଟିବା ପରେ ଦୁର୍ବୃତ୍ତ ମାନେ ଫେରାର୍ ହୋଇଯାଇଛନ୍ତି।
Views: 86











