The Ultimate Managed Hosting Platform
ADVERTISEMENT

CoWIN ଆପରେ ପଞ୍ଜୀକୃତ କରିପାରିବେ ଛାତ୍ରଛାତ୍ରୀ ।

Facebook
Twitter
LinkedIn

 ଜାନୁୟାରୀ ପହିଲାରୁ ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ CoWIN ଆପରେ ପଞ୍ଜୀକରଣ କରିବାକୁ ପଡିବ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁୟାୟୀ, ପିଲାଙ୍କ ପଞ୍ଜୀକରଣ ପାଇଁ ସେମାନେ ସେମାନଙ୍କର ID ବ୍ୟବହାର କରିପାରିବେ ।

ଛାତ୍ରଛାତ୍ରୀଙ୍କ ID କାର୍ଡ ବ୍ୟବହାର କରିବାର ବ୍ୟବସ୍ଥା ଅଛି, କାରଣ କେତେକଙ୍କ ପାଖରେ ଆଧାର କାର୍ଡ ନଥାଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଘୋଷଣା କରିଛନ୍ତି ଯେ ଜାନୁୟାରୀ ୩ ରୁ ପିଲାମାନଙ୍କୁ ଟିକାକରଣ କରାଯିବ । ସେ କହିଛନ୍ତି ଯେ ଏହା ଭାଇରସ ବିରୋଧରେ ଲଢେଇ କରିବାରେ ସକ୍ଷମ ହେବ ।

ସମଗ୍ର ଦେଶରେ ବିଦ୍ୟାଳୟଗୁଡ଼ିକରେ ସ୍ୱାଭାବିକ ଅବସ୍ଥାକୁ ଫେରିବାରେ ମଧ୍ୟ ସହାୟକ ହେବ । ପ୍ରଧାନମନ୍ତ୍ରୀ ଫ୍ରଣ୍ଟଲାଇନ ଯୋଦ୍ଧା ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ‘ବୁଷ୍ଟର୍’ ଡୋଜ ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଏହା ସହିତ ୬୦ ବର୍ଷରୁ ଅଧିକ ବୟସ୍କ, ଯେଉଁମାନଙ୍କର ଅନ୍ୟାନ୍ୟ ସମସ୍ୟା ରହିଛି ସେମାନଙ୍କ ପାଇଁ ଏକ ବୁଷ୍ଟର୍ ଡୋଜ୍ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ପିଲାମାନଙ୍କୁ ଦୁଇଟି ଡୋଜ ମଧ୍ୟରୁ ଗୋଟିଏ ଦିଆଯିବ ।

ଭାରତ ବାୟୋଟେକ୍ ର କୋଭାକ୍ସିନ୍ କିମ୍ବା Zydus Cadila ZyCoV-D ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଏହି ଦୁଇଟିର ଅନୁମୋଦନ ମିଳିଛି । ଏହାସହ ତୃତୀୟ ସମ୍ଭାବ୍ୟ ଟିକା ହେଉଛି ସେରମ୍ ଇନଷ୍ଟିଚ୍ୟୁଟର ନୋଭାଭ୍ୟାକ୍ସ । ଯାହା ଜାତୀୟ ଡ୍ରଗ୍ କଣ୍ଟ୍ରୋଲର୍ ୭ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ପରୀକ୍ଷା କରିବାକୁ ଅନୁମୋଦନ କରାଯାଇଛି । ଚତୁର୍ଥଟି ହେଉଛି ବାୟୋଲୋଜିକାଲ୍ ଇ’ର Corbevax । ଯାହା ପାଞ୍ଚ ବର୍ଷରୁ ଅଧିକ ପିଲାମାନଙ୍କ ଉପରେ ଉନ୍ନତ ପରୀକ୍ଷଣ ପାଇଁ ଅନୁମୋଦିତ ହୋଇଛି । ନୋଭାଭାକ୍ସ ଏବଂ Corbevax ବ୍ୟବହାର ପାଇଁ ଏପର୍ଯ୍ୟନ୍ତ ଅନୁମୋଦିତ ହୋଇନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login