ବାଙ୍କୀ : ବାଙ୍କୀରେ ଗୋଷ୍ଠୀ ସଂଘର୍ଷ । ୪ରୁ ଅଧିକ ଆହତ ହୋଇଛନ୍ତି । ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ରହିଛି । ଉଭୟ ପକ୍ଷରୁ ଟେକା ପଥର ମାଡ ହୋଇଛି । ତେବେ ଗୋଷ୍ଠୀ ସଂଘର୍ଷର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଗତକାଲି ରାତିରେ ପଥରମାଡ଼ କରିଥିଲେ ଭଗିପୁର ଆଦିବାସୀ ସାହି ଯୁବକ। କଟକ-ବାଙ୍କୀ ରାସ୍ତାରେ ଯାଉଥିବା ସମସ୍ତ ଗାଡ଼ିକୁ ପଥର ମାଡ଼ କରିଥିଲେ । ଆଜି ଭଗିପୁର ଗ୍ରାମବାସୀ ଯାଇ ପଚାରିବାରୁ ସେମାନଙ୍କୁ ବି ପଥର ମାଡ କରିଥିଲେ । ମୁଖ୍ୟ ରାସ୍ତାରେ ଟେକା ପଥର ଓ ବୋତଲ ମାଡ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
Views: 48