The Ultimate Managed Hosting Platform
ADVERTISEMENT

Cold will Increase : ପୁଣି ବଢିଲା ଶୀତ, ଝାରସୁଗୁଡା ସବୁଠୁ ଥଣ୍ଡା ସହର

Facebook
Twitter
LinkedIn

ଭୁବନେଶ୍ୱର : ଖସିଲା ପାରଦ । ରାଜ୍ୟରେ ପୁଣି ବଢିଲା ଶୀତ । ବାଦଲ ହଟିବା ପରେ ଉପକୂଳ ଓଡିଶାରେ ଖସିଲା ପାରଦ । ସକାଳ ୫ଟା ୩୦ରେ ୯.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଥଣ୍ଡା ସହର । ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା । ଶୀତ ସାଙ୍ଗକୁ କିଛି ରାଜ୍ୟର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି ।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି । ସେହିପରି କାଞ୍ଜିପାଣି ଘାଟି ଅଞ୍ଚଳ, ପାଟଣା ବ୍ଲକର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ହାଡ଼ ଭଙ୍ଗା ଶୀତ ସହ ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି । ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଛି । ଏଥର ଶୀତ ସବୁ ରେକର୍ଡ ଭାଙ୍ଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login