The Ultimate Managed Hosting Platform
ADVERTISEMENT

BLA ଆତଙ୍କବାଦୀ ସଙ୍ଗଠନ ଘୋଷିତ

Facebook
Twitter
LinkedIn

ନୂଆଦିଲ୍ଲୀ : BLAକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା । ବଲୁଚ ଲିବରେସନ ଆର୍ମି (BLA) ଏକ ଆତଙ୍କବାଦୀ ସଂଗଠନ ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପାକ ସେନା ମୁଖ୍ୟ ମୁନିରଙ୍କ ଦ୍ୱିତୀୟ ଆମେରିକା ଗସ୍ତ ବେଳେ ଈଖଇକୁ ଆତଙ୍କବାଦୀ ସଂଗଠନ ଭାବେ ଅନ୍ତଭୂକ୍ତ କରିଛି ଆମେରିକା ।
BLA ଓ ଏହାର ଛାୟା ସଂଗଠନର ବ୍ରିଗେଡକୁ ଆମେରିକା ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରିଛି । ଗତକାଲିଠୁ ଏହା ଘୋଷଣା କରାଯାଇଛି । BLA ୨୦୧୯ ମସିହାରୁ ପାକିସ୍ତାନରେ ବିଭିନ୍ନ ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଆସୁଛି । ଏବେ ଆତଙ୍କବାଦୀ ସଂଗଠନ ଘୋଷିତ ହେବା ପରେ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସମର୍ଥନକୁ ରୋକିବା ପାଇଁ କଠୋର ନିଷେଧାଜ୍ଞା ଏବଂ ଆଇନଗତ ପରିଣାମ ଲାଗୁ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login