ବ୍ରହ୍ମପୁର : ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କୁ ହତ୍ୟା ଧମକ। ଶିବରାମ ପାଳ ନାମକ ଜଣେ ବ୍ୟକ୍ତି ଶିବଶଙ୍କରଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ପିଣ୍ଟୁଙ୍କୁ ହ୍ବାଟ୍ସଆପରେ କଲ କରି ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଶିବରାମଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।ଗତ କିଛି ମାସ ପୂର୍ବରୁ ଅପରାଧି ମଉଜ ମିଶ୍ର ଗିରଫ ହୋଇଥିବା ବେଳେ ତାକୁ ପୋଲିସ ହାତରେ ଧରାଇବାରେ ପିଣ୍ଟୁ ପୋଲିସକୁ ସହଯୋଗ କରିଥିଲା । ମଉଜ ମିଶ୍ରକୁ ଧରାଇବା ଯୋଗୁଁ ପିଣ୍ଟୁଙ୍କୁ ଶିବରାମ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଗୋଷାଣୀ ନୂଆଗାଁଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପିଣ୍ଟୁ ଦାସ । ଅଭିଯୋଗକୁ ଆଧାର କରି ଗୋଷାଣୀ ନୂଆଗାଁ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।
Views: 100











