ଭୁବନେଶ୍ୱର : ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା । ଅଭିଯୁକ୍ତ ନର୍ସିିଂ ଅଫିସର ନାନୁ ରାମ ଚୈାଧୁରୀ ଗିରଫ । ଅଭିଯୁକ୍ତକୁ ଗିରଫ କଲେ ଖଣ୍ଡଗିରି ଥାନା ପୋଲିସ । ଗତକାଲି ଅସଦାଚରଣ ଅଭିଯୋଗ ଆଣିଥିଲେ ଆଟେଣ୍ଡାଣ୍ଟ । ଅଭିଯୋଗ ଅନୁସାରେ ରବିବାର ରାତିରେ ସଂପୃକ୍ତ ମହିଳା ଆଟେଣ୍ଡାଣ୍ଟ ଡି ୫ ୱାର୍ଡରେ କାର୍ୟ୍ୟ କରୁଥିଲେ। ରାତି ପ୍ରାୟ ୧୨ଟା ୩୦ରେ ଅଭିଯୁକ୍ତ ନର୍ସିଂ ଅଧିକାରୀ ତାଙ୍କୁ ଡାକ୍ତରଙ୍କ ଚାମ୍ବରକୁ ଡାକି ରୁମ୍ ଲକ୍ କରି ଦେଇଥିଲେ । ପରେ ତାଙ୍କୁ ଟଣା ଓଟରା କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏନେଇ ଉକ୍ତ ନର୍ସିଙ୍ଗ ଆଟେଣ୍ଟଡାଣ୍ଟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଏମ୍ସ ପରିସରେ ହସ୍ପିଟାଲ୍ ଆଟେଣ୍ଟଡାଣ୍ଟମାନେ ଧାରଣାରେ ବସିଥିଲେ । ଟଙ୍କା ନେଇ ଝିଅକୁ ଚୁପ୍ କରିବା ପାଈଁ ଚାପ ପଡୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଖଣ୍ଡଗିରି ଆଇଆଇସି ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରିଥିଲେ ।
Views: 70











