The Ultimate Managed Hosting Platform
ADVERTISEMENT

ବସ-ଟ୍ରକ ଧକ୍କା ; ୧୮ କାଉଡିଆଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ଝାଡଖଣ୍ଡ : ଝାଡଖଣ୍ଡରେ ବସ-ଟ୍ରକ ଧକ୍କା । ୧୮ କାଉଡିଆଙ୍କ ଚାଲିଗଲା ଜୀବନ । ଝାଡଖଣ୍ଡର ଦେଓଘରରେ ମର୍ମନ୍ତୁଦ ଦୁର୍ଘଟଣା । ଆଜି ଅର୍ଥାତ୍ ମଙ୍ଗଳବାର ସକାଳ ପ୍ରାୟ ସାଢେ ୫ ଟା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳୁଛି । ଟ୍ରକକୁ ଧକ୍କା ଦେଲା କାଉଡିଆଙ୍କୁ ନେଇ ଯାଉଥିବା ବସ । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।ଏହା ସହିତ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସୂଚନାନୁଯାୟୀ, ବୈଦ୍ୟନାଥ ପୀଠରେ ପାଣି ଢାଳି ବସରେ କାଉଡ଼ିଆ ଫେରୁଥିବାବେଳେ ସେମାନଙ୍କୁ ଗୋଟିଏ ଟ୍ରକ ଧକ୍କା ଦେଇଥିଲା ଫଳରେ ଏଥିରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ରହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login