The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

୬୦ ବର୍ଷ ବୟସରେ ରୂପାଲିଙ୍କ ହାତ ଧରିଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

Facebook
Twitter
LinkedIn

ନୂଆଦିଲ୍ଲୀ : ୬୦ ବର୍ଷ ବୟସରେ ପୁଣି ଥରେ ବର ବେଶ । ଆଉ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଅଭିନେତା ଆଶିଷ ବିଦ୍ୟାର୍ଥୀ । ଆସାମର ରୂପାଲିଙ୍କ ହାତ ଧରିଛନ୍ତି ସେ । ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୂପାଲି ବରୁଆଙ୍କ ସହ ଗୁରୁବାର ବିବାହ ହୋଇଛି । ହିନ୍ଦୀ , ତେଲୁଗୁ, ତାମିଲ , କନ୍ନଡ, ମଲାୟାଲମ୍ ଏବଂ ଅନେକ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଆଶିଷ ପୁଣି ଥରେ ରୂପାଲିଙ୍କୁ ଭଲପାଇ ବସିଥିଲେ । ଆଶିଷ ବିଦ୍ୟାର୍ଥୀ ପୂର୍ବରୁ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ । ଗୌହାଟ୍ଟିିରେ ରହୁଥିବା ବିଦ୍ୟାର୍ଥୀଙ୍କ ପତ୍ନୀ ରୁପାଲି କୋଲକାତାର ଏକ ବଡ଼ ଫ୍ୟାସନ୍ ଷ୍ଟୋର ସହ ଜଡ଼ିତ ଅଛନ୍ତି । ଆଶିଷ ଓ ରୂପାଲିଙ୍କ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ସକାଳେ କୋର୍ଟ ମ୍ୟାରେଜ୍ ହୋଇଥିଲା ଏବଂ ସନ୍ଧ୍ୟାରେ ପାରମ୍ପରିକ ରୀତିରେ ବିବାହ ହେଲା ବୋଲି ଆଶିଷ କହିଛନ୍ତି ।କେରଳ ବାସିନ୍ଦା ଆଶିଷ ଧଳା ଓ ସୁନା ମୁଣ୍ଡୁ ସହିତ ଏକ ସୁନ୍ଦର ଧଳା ମେଖେଲା ପିନ୍ଧି ନିଜକୁ ସଜାଇଥିଲେ । ଅଭିନେତା ଆଶିଷ କହିଛନ୍ତି, ତାଙ୍କ ଜୀବନର ଏହି ପର୍ୟ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ଅସାଧାରଣ ଅନୁଭବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login