The Ultimate Managed Hosting Platform
ADVERTISEMENT

ଦିଶା ପରମାର ଏବଂ ଇଣ୍ଡିଆନ ଆଇଡଲ ଫେମ୍ ରାହୁଲ ବୈଦଙ୍କ ଘରକୁ ଖୁବଶୀଘ୍ର ଆସିବେ କୁନି ଅତିଥି

Facebook
Twitter
LinkedIn

ମୁମ୍ବାଇ : ଟିଭି ଅଭିନେତ୍ରୀ ଦିଶା ପରମାର ଏବଂ ଇଣ୍ଡିଆନ ଆଇଡଲ ଫେମ୍ ରାହୁଲ ବୈଦ ଖୁବଶୀଘ୍ର ମା ବାପା ହେବାକୁ ଯାଉଛନ୍ତି । ଦୁହେଁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଖୁସିଖବର ଦେଇଛନ୍ତି । ଦିଶା ନିଜ ଖୁସି ଫ୍ୟାନ୍ସଙ୍କ ସହିତ ସେୟାର କରିବା ପାଇଁ ଭିନ୍ନ ଉପାୟ ବାଛିଛନ୍ତି । ସେମାନେ ସେୟାର କରିଥିବା ଫଟୋରେ ଦିଶା ଏକ ବ୍ଲାକ କଲରରେ ଡ୍ରେସ ପିନ୍ଧିଥିବା ବେଳେ ରାହୁଲ ହାତରେ ଏକ ସ୍ଲେଟ୍ ଧରିଛନ୍ତି । ଏହି ସ୍ଲେଟରେ ମମି ଆଣ୍ଡ ଡାଡି ଲେଖାଯାଇଛି । ଫ୍ୟାନ୍ସ ଏହି ଫଟୋକୁ ଦେଖି ପ୍ରତିକ୍ରିୟା ମଧ୍ୟ ଦେଇ ଶୁଭେଚ୍ଛା ଜଣାଉଛନ୍ତି । ଗର୍ଭବତୀ ହେବା ଖବର ଦେବା ସହିତ ଅଲଟ୍ରାସାଉଣ୍ଡ ଫଟୋ ମଧ୍ୟ ସେୟାର କରି ଭିଡିଓ ମଧ୍ୟ ଦେଇଛନ୍ତି । ଯେଉଁଥିରେ ଆପଣ ମଧ୍ୟ ପିଲାଟିକୁ ଦେଖିପାରିବେ । ଦିଶା ପରମାର ଫ୍ୟାନ୍ସଙ୍କ ସହିତ ଖୁସି ବାଣ୍ଟିବାର ଏକ ନିଆରା ଉପାୟ ଖୋଜିଛନ୍ତି । ଦିଶା କିଛି ଫଟୋ ଏବଂ ସୋନୋଗ୍ରାଫି ଭିଡିଓ ସେୟାର କରିଛନ୍ତି । ଫ୍ୟାନ୍ସ ସେଲିବ୍ରିଟିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଜସ୍ମିନ ଭାସିନ, ଅନୀତା ହସନନ୍ଦାନୀ, ଭାରତୀ ସିଂ, ମୌନୀ ରାୟ ଏବଂ ଅଲ୍ଲୀ ଗୋନୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ରାହୁଲ ବୈଦ ୨୦୨୧ରେ ଟ୍ଵିଟର ସେସନରେ ଏହି ଇଚ୍ଛା ପ୍ରକାଶ କରିଥିଲେ । ଏହା ସହିତ ଝିଅ ମାନେ ସବୁଠୁ ଭଲ ବୋଲି ମଧ୍ୟ ରାହୁଲ କହିଥିଲେ । ଦୁହେଁ ୨୦୨୧ ଜୁଲାଇରେ ବିବାହ କରିଥିଲେ । ରାହୁଲ ଦିଶାଙ୍କୁ ବିଗବସ୍ ୧୪ରେ ପ୍ରପୋଜ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login