ନୂଆଦିଲ୍ଲୀ : ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ଆତଙ୍କବାଦୀ । ଲାହୋର ସ୍ଥିତ ଇମ୍ରାନଙ୍କ ବାସଭବନ ଘେରିଲା ପୁଲିସ । ୩୦ ରୁ ୪୦ ଆତଙ୍କୀ ଲୁଚିଛନ୍ତି ବୋଲି କହିଛନ୍ତ ମନ୍ତ୍ରୀ ଆମୀର ମୀର । ୨୪ ଘଣ୍ଟା ଭିତରେ ଆତ୍ମ ସମର୍ପଣ କରନ୍ତୁ ଆତଙ୍କୀ । ଇମ୍ରାନଙ୍କ ପାର୍ଟିକୁ ଦିଆଗଲା ୨୪ ଘଣ୍ଟାର ସମୟ ।
ପଞ୍ଜାବ ସରକାର ଇମ୍ରାନଙ୍କ ଘରେ ଶରଣ ନେଇଥିବା ଆତଙ୍କବାଦୀମାନଙ୍କୁ ପୋଲିସକୁ ହସ୍ତାନ୍ତର କରିବା ପାଇଁ ପିଟିଆଇକୁ ୨୪ ଘଣ୍ଟା ସମୟ ଦେଇଛନ୍ତି। ପଞ୍ଜାବ ସରକାରଙ୍କ କାର୍ୟ୍ୟବାହକ ସୂଚନା ମନ୍ତ୍ରୀ ଆମିର ମୀର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ମୀର କହିଛନ୍ତି ଯେ ପିଟିଆଇ ଯଦି ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର କରିବ ନାହିଁ, ତେବେ ପୋଲିସ ଏହା ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ।
ମିଡିଆ ରିପୋର୍ଟ ମୁତାବକ, ପେଶାଓ୍ଵର କପ୍ସ କମାଣ୍ଡରଙ୍କ ଘରେ ଆକ୍ରମଣ ଘଟଣାର ଅଭିଯୁକ୍ତମାନେ ଇମ୍ରାନଙ୍କ ଘରେ ଲୁଚିଥିବା ନେଇ ବୁଧବାର ଦ୍ୱିପ୍ରହରରେ ପାକିସ୍ତାନୀ ପୋଲିସ ଏବଂ ଗୁଇନ୍ଦା ଏଜେନ୍ସିକୁ ଇନ୍ପୁଟ ମିଳିଥିଲା, ଯାହାପରେ ଇମ୍ରାନଙ୍କ ଘରକୁ ଚାରିପଟୁ ଘେରାଉ କରାଯାଇଛି।
ଇମ୍ରାନଙ୍କ ଘରେ ଆତଙ୍କବାଦୀ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











