The Ultimate Managed Hosting Platform
ADVERTISEMENT

ମହଙ୍ଗା ପଡ଼ିଲା ପୋଲିସ୍ ବାବୁଙ୍କ ଛେଳି ଚୋରି; ନିଲମ୍ବିତ ହେଲେ ଏଏସ୍ଆଇ

Facebook
Twitter
LinkedIn

ବଲାଙ୍ଗୀର: ନୂଆ ବର୍ଷରେ ଭୋଜି କରିବାକୁ ମହଙ୍ଗା ପଡ଼ିଲା ପୋଲିସ୍ ବାବୁଙ୍କ ଛେଳି ଚୋରୀ ପ୍ଲାନ୍ । ଭୋଜି ଖାଇ ନିଲମ୍ବିତ ହେଲେ ଏଏସ୍‌ଆଇ ସୁମନ୍ ମଲ୍ଲିକ । ଏହି ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ । ଏହି ମାମଲାରେ ବଲାଙ୍ଗୀର ଏସ୍‌ପି ନୀତିନ କୁସଲକର ସୁମନଙ୍କୁ ନିଲମ୍ବିତ କରିଛନ୍ତି ।

ସୂଚନାନୁଯାୟୀ, ଗତ କାଲି ସନ୍ଧ୍ୟାରେ ଏକ ଛେଳି ଥାନା ଭିତରକୁ ପଶି ଯାଇଥିଲା । ସେଠାରେ ଉପସ୍ଥିତ ଥିବା ପୋଲିସ୍ ବାବୁ ଛେଳିଟିକୁ ଅଟକାଇ ଦେଇଥିଲେ । ସେପଟେ ଛେଳିମାଲିକ ରାତି ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ । ଏନେଇ ଛେଳିମାଲିକ ଗ୍ରାମବାସୀଙ୍କୁ ସବୁ କଥା କହିଥିଲେ । ଫଳରେ ଗ୍ରାମବାସୀ ମିଶି ଥାନା ପରିସର ଖୋଜାଖୋଜି କରିଥିଲେ । ଥାନା ପଛପଟେ ଛେଳିର ରକ୍ତ ଓ ହାଡ଼ଗୋଡ଼ ପଡ଼ିଥିବାର ଦେଖିବାକୁ ପାଇଥିଲେ ।

ତେବେ ଛେଳିମାଲିକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ଦେଖି ସୁମନ ତାଙ୍କୁ କେଉଁଆଡ଼େ ନେଇ ଯାଇଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଗ୍ରାମବାସୀ ଏକାଠି ହୋଇ ଥାନା ଘେରାଉ କରି ଅଭିଯୁକ୍ତ ଏଏସ୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିବି କରିଥିଲେ । ଆଜି ସକାଳୁ ଏସ୍‌ପି ନୀତିନଙ୍କ ପାଖରେ ଏହି ମାମଲା ପହଞ୍ଚିଥିଲା । ତେବେ ଏହି ମାମଲାରେ ଏସପି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ,ଏସ୍‌ଆଇ ସୁମନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login