ଫୁଲକୋବି ଶୀତ ଦିନିଆ ପରିବା। ଶୀତ ଦିନରେ ଏହି ପରିବା ବଜାର ହାଟରେ ଭଲଭାବେ ବେଶ ଶସ୍ତାରେ ମଧ୍ୟ ମିଳିଯାଏ। ଫୁଲ କୋବିର ଗୁଣବତ୍ତା ଗରମ ହୋଇଥାଏ ତେଣୁ ଏହାକୁ ଗରମ ଦିନ ଖିଆଯାଏ ନାହିଁ। ଥଣ୍ଡା ଦିନେ ଏହାକୁ ଯେତେ ଖାଇବେ ସେତେ ଶରୀର ପ୍ରତି ଫଳପ୍ରଦ ହେବ।ଶୀତ ଦିନେ ଅଧିକାଂଶ ଲୋକ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି। ଫୁଲକୋବି ଖାଇବା ଯେମିତି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଶୀତଦିନେ ଫୁଲକୋବି ଖାଇବା ନିହାତି ଦରକାର । କାରଣ ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିଘଟିଥାଏ । ଆସନ୍ତୁ ଫୁଲକୋବିର ଉପକାରିତା ବିଷୟରେ ଆଲୋଚନା କରିବା । ଫୁଲକୋବିରେ ଫାଇବର ପ୍ରଚୁର ମାତ୍ରାରେ ଭରି ରହିଥିବାରୁ ଏହା ଶରୀରରେ ବ୍ୟାକ୍ଟେରିଆ ଓ ପାଚନ ଶକ୍ତି ବୃଦ୍ଧି କରିଥାଏ । ଫୁଲକୋବିରେ କ୍ୟାଲୋରୀ କମ ଓ ଭିଟାମିନ ଭରପୁର ମାତ୍ରାରେ ରହିଥାଏ, ଯାହାକି ଆମ ଶରୀର ପାଇଁ ବହୁତ ଜରୁରୀ । ଏଥିରେ ଭିଟାମିନ-ସି, ଭିଟାମିନ-କେ ରହିଥାଏ ।ଫୁଲକୋବି ଆଣ୍ଟିଅକ୍ସିଡେଣ୍ଟର ଏକ ପ୍ରମୁଖ ମାଧ୍ୟମ । ଯାହା ଫଳରେ ଶରୀରର କୋଷିକା ଗୁଡ଼ିକୁ ଏହା ଅନେକ ସଂକ୍ରମଣରୁ ବଞ୍ଚାଇଥାଏ ।ଫୁଲକୋବିରେ ସଲଫୋରାଫେନ ଥିବାରୁ ଏହା ଆମକୁ କିଡନୀ ରୋଗ, ମଧୁମେହ ଆଦିରୁ ରକ୍ଷା କରିଥାଏ । ଏହା ସହ ବ୍ଲଡପ୍ରେସର କମ କରିବା ସହ ଧମନୀଗୁଡ଼ିକୁ ସୁସ୍ଥ ରଖିଥାଏ ।ଏଥିରେ କ୍ୟାଲାରୀ କମ ମାତ୍ରାରେ ଥିବାରୁ ଏହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଫାଇବର ଅଧିକ ମାତ୍ରାରେ ଥିବାରୁ ଏହାକୁ ଖାଇବା ପରେ ଆମକୁ ଶୀଘ୍ର ଭୋକ ହୁଏନାହିଁ, ଫଳରେ ଅଧିକ ଖାଇବାରୁ ଆମେ ରକ୍ଷା ପାଇଥାଉ ।
ଫୁଲକୋବି ଖାଇଲେ କି ଉପକାର ମିଳେ ଆସନ୍ତୁ ଆଜି ଆମେ ଜାଣିବା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...












