ଭୁବନେଶ୍ୱର : ଅଭିନେତା ସହ ନିର୍ଦ୍ଦେଶକ, ଲେଖକ, ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ । ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ କହିଲେ ଭୁଲ ହେବ ନାହିଁ । ପୂର୍ବତନ ବିଧାୟକ, ମନ୍ତ୍ରୀ ଆଉ ଏବେ ରାଜ୍ୟସଭା ସାଂସଦ । ଏମିତି ଅନେକ ଭୂମିକାରେ ସେ ଜଣେ ବ୍ୟକ୍ତି । ସେ ହେଉଛନ୍ତି ପ୍ରଶାନ୍ତ ନନ୍ଦ । ଆଜି ତାଙ୍କର ଜନ୍ମଦିନ । ୧୯୪୭ ମସିହା ମେ ୨ ତରିଖରେ ତାଙ୍କର ଜନ୍ମ । ଏବେ ୭୬ ବର୍ଷ ବୟସରେ ମଧ୍ୟ ସେ ବେଶ୍ ସକ୍ରିୟ ନିଜ କର୍ମରେ । ପ୍ରଶାନ୍ତ ନନ୍ଦ ସ୍କୁଲରେ ପଢ଼ିବା ବେଳଠୁଁ ଆକାଶବାଣୀ ଶିଶୁସଂସାର କାର୍ୟ୍ୟକ୍ରମରେ ଭାଗନେଉଥିଲେ । ମଞ୍ଚରେ ଶିଶୁକଳାକାର ଭାବରେ ମଧ୍ୟ ଅଭିନୟ କରୁଥିଲେ । ଗୋଟିଏ ନାଟକରେ ଅଭିନୟ ଦେଖି ଧୀର ବିଶ୍ୱାଳ ଓ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ତାଙ୍କୁ ଦସ୍ୟୁ ରତ୍ନାକର କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।ସେ ଏଯାବତ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ୨୪ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ଅଭିନୟର ଯାଦୁ ଲୋକଙ୍କୁ ଆକୃଷ୍ଟ କରୁଥିଲା । ଆଉ ସେହି ଅଭିନୟ ପାଇଁ ଲୋକମାନେ ଆଜି ବି ତାଙ୍କୁ ଭଲପାଉଛନ୍ତି ।
୭୬ ବର୍ଷ ବୟସରେ ପାଦ ଥାପିଲେ ପ୍ରଶାନ୍ତ ନନ୍ଦ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅତ୍ୟଧିକ ଲୁଣ ସେବନ ଏହି ସବୁ ଅଙ୍ଗକୁ କରେ ଅକାମୀ
ବ୍ୟୁରୋ : ଆମେ ସ୍ବାଦ ପାଇଁ ଲୁଣ ବ୍ୟବହାର କରିଥାଉ । ଲୁଣ ବିନା ଖାଦ୍ୟର ସ୍ବାଦ ମୂଲ୍ୟହୀନ । ଯେତେ ମସଲା ଦେଇ ରାନ୍ଧିଲେ ମଧ୍ୟ...
ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ନିଯୁକ୍ତ ହେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ...
ଉତ୍ତରକାଶୀରେ ବାଦଲ ଫଟା ବର୍ଷା, ବାଦଲଫଟା ବର୍ଷାରେ ଭାସିଗଲା ଘର
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା । ପାହାଡିଆ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ । ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜନଜୀବନ...
ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ୭୯ ବର୍ଷ ବୟସରେ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ...