The Ultimate Managed Hosting Platform
ADVERTISEMENT

୧୫ % ଯାଏଁ ଖସିଲା ତେଲ ଦର ।

Facebook
Twitter
LinkedIn

ଆଦାନି ୱିଲ୍‌ମାର ଏବଂ ରୁଚି ସୋୟା ସମେତ ଅଧିକାଂଶ ଖାଇବା ତେଲ କମ୍ପାନି ସେମାନଙ୍କ ଉତ୍ପାଦଗୁଡିକର ଏମ୍‌ଆର୍‌ପି ହ୍ରାସ କରିଛନ୍ତି । ଖାଉଟିଙ୍କୁ ଆଶ୍ୱସ୍ତି ଦେବା ଲାଗି କମ୍ପାନିଗୁଡିକ ସର୍ବୋଚ୍ଚ ଖୁଚୁରା ଦରରେ ୧୦ରୁ ୧୫% ହ୍ରାସ କରିଥିବା ଶିଳ୍ପସଂଘ ଏସ୍‌ଇଏ ପକ୍ଷରୁ ପ୍ରକାଶ ପାଇଛି ।

ଆଦାନି ୱିଲ୍‌ମାର, ମହାକୋଶ, ସନ୍‌ରିଚ୍‌, ରୁଚି ଗୋଲ୍‌ଡ ଏବଂ ନ୍ୟୁଟ୍ରେଲା ବ୍ରାଣ୍ଡ ପାଇଁ ଜଣା ରୁଚି ସୋୟା, ଇମାମି ଏବଂ ଜେମିନି ଆଦି କମ୍ପାନିଗୁଡିକ ଦର କମାଇଥିବା ଜଣାପଡ଼ିଛି । ଶିଳ୍ପସଂଘ ସୋଲ୍‌ଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଇଏ) ଏହାର ବିବୃତିରେ ଉଲ୍ଲେଖ କରିଛି ଯେ, ଆମର ସଦସ୍ୟ କମ୍ପାନିଗୁଡିକ ଖାଉଟିଙ୍କ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ସେମାନଙ୍କ ଉତ୍ପାଦଗୁଡିକର ଏମ୍‌ଆର୍‌ପିରେ ୧୦ରୁ ୧୫% ହ୍ରାସ କରିଛନ୍ତି ।

ଖାଇବା ତେଲର ବର୍ଦ୍ଧିତ ଦରରୁ ଖାଉଟିଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଶିଳ୍ପନେତାମାନଙ୍କୁ ଭେଟିଥିଲେ ଏବଂ ଆମଦାନି ଶୁଳ୍କ ହ୍ରାସର ଲାଭ ଖାଉଟିଙ୍କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login