ଭୁବନେଶ୍ବର: ଏଥର ଜୁଲାଇ ନୁହେଁ, ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇ ପାରେ ମାଟ୍ରିକ ପରୀକ୍ଷା ଫଳ । ସୁରୁଖୁରୁରେ ସରିଛି ମାଟ୍ରିକ ପରୀକ୍ଷା । ଆସନ୍ତା ସୋମବାରରୁ ଆରମ୍ଭ ହେବ ଖାତାଦେଖା । ୧୩ ଦିନ ଭିତରେ ସରିବ ଖାତା ଦେଖା । ପରୀକ୍ଷା ଫଳ ବାହାରିବା ପରେ ଜୁନ୍ ଦ୍ବିତୀୟ ସପ୍ତାହରୁ ଏକାଦଶ କ୍ଲାସ ଆରମ୍ଭ ହେବାର ସମ୍ଭାବନା ରହିଛି । ଏପ୍ରିଲ ୩ରୁ ଆରମ୍ଭ ହୋଇ ଏପ୍ରିଲ ୧୫ ସୁଦ୍ଧା ସରିବ ମାଟ୍ରିକ ଖାତା ଦେଖା । ଏଥିପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ର ବଛାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଖାତାଦେଖା ହେବ । ନିର୍ଦ୍ଧାରିତ ସମୟରେ ମାଟ୍ରିକ ଖାତାଦେଖା ହେଉଥିବାରୁ, ଶୀଘ୍ର ଫଳାଫଳ ପ୍ରକାଶ ମଧ୍ୟ ହୋଇପାରେ । କୋଭିଡ ସମୟର ପରୀକ୍ଷା ଦ୍ବନ୍ଦ୍ବକୁ ସଫଳତାର ସହ ସାମ୍ନା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କୋଭିଡ ପରବର୍ତ୍ତୀ ସମୟରେ ବି ପରୀକ୍ଷା ପରିଚାଳନାର ବଡ଼ ସଫଳତା ପାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୫ ସୁଦ୍ଧା ମୂଲ୍ୟାୟନ ସରିବାର ଅର୍ଥ ହେଉଛି, ଚଳିତମାସ ଶେଷ ସୁଦ୍ଧା ଫଳ ପ୍ରକାଶ । ପୂର୍ବରୁ ଜୁଲାଇ ଯାଏଁ ଫଳାଫଳ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା । ହେଲେ ଏଥର ମାଧ୍ୟମିକ ଶିକ୍ଷା ବୋର୍ଡ ସହ ଆଲୋଚନା କରି ଶୀଘ୍ର ମାଟ୍ରିକ ଫଳ ପ୍ରକାଶ କରିବା ଦିଗରେ ସଙ୍କେତ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...